ଜନ ମଙ୍ଗଳ ରାସୋଳ ସହାୟତା ରେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ତରଫରୁ ଭିନ୍ନକ୍ଷମ ସାଧନ ପ୍ରଦାନ !

ଢ଼େଙ୍କାନାଳ : ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ସଂଗଠନ ତରଫରୁ ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗଠନ ର ସେବକ ପ୍ରକାଶଙ୍କ ର ସହାୟତାରେ ରାସୋଳ ଗ୍ରାମ ପଞ୍ଚାୟତର ଭିନ୍ନକ୍ଷମ ଦ୍ବୟ ହେଲେ ନାଉକିଆରୀର ରାଜୁ ମହାରଣା, ମୁଣ୍ଡିଆ ସାହିର ସୁମନ୍ତ ବେହେରା ଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର, ନଥିପତ୍ର ସମତେ ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଢେଙ୍କାନାଳ କାର୍ଯ୍ୟାଳୟ ରେ ଭିନ୍ନକ୍ଷମ ସାଧନ ନିମିତ୍ତ ଆବେଦନ କରାଯାଇଥିଲା । ରାଜୁ ମହାରଣାଙ୍କ ପାଇଁ ଟ୍ରାଇ ସାଇକେଲ ଏବଂ ସୁମନ୍ତ ମହାରଣା ଙ୍କ ପାଇଁ ହୁଇଲ୍ ଚେୟାର ପ୍ରଦାନ କରାଯାଇଛି । ରାଜୁ ମହାରଣାଙ୍କ ର ଭିନ୍ନକ୍ଷମ ଭତ୍ତା ପାଇଁ ଆବେଦନ କରାଯିଵା ସହିତ ରାଜୁ ମହାରଣା ଙ୍କର ଭିନ୍ନକ୍ଷମ ପିତା ଶରତ ମହାରଣା ଙ୍କର ଭିନ୍ନକ୍ଷମ ଭତ୍ତା ପାଇଁ ମଧ୍ୟ ଆବେଦନ କରାଯାଇଛି।
ପ୍ରକାଶ ଥାଉ କି ରାଜୁ ମହାରଣା ଦୁଇ ବର୍ଷ ତଳେ ସଡ଼କ ଦୁର୍ଘଟଣା ସମୟ ରୁ ଆମ୍ବୁଲାନ୍ସ ସେବା ସହିତ ଭିନ୍ନକ୍ଷମ ପ୍ରମାଣ ପ୍ରାପ୍ତି ତଥା ଆଜି ଭିନ୍ନକ୍ଷମ ସାଧନ ଯୋଗାଇବାରେ ଜନ ମଙ୍ଗଳ(ରାସୋଳ)ସଂଗଠନ ସହାୟତା ପ୍ରଦାନ କରି ଆସୁଅଛି। ହିନ୍ଦୋଳ ବ୍ଲକ ସ୍ତର ରେ କୌଣସି ଭିନ୍ନ କ୍ଷମ ବ୍ୟକ୍ତି ବିଶେଷ ମାନଙ୍କର ଭିନ୍ନକ୍ଷମ ପ୍ରମାଣ ପତ୍ର ନାହିଁ,ଅବା ଭିନ୍ନକ୍ଷମ ପ୍ରମାଣ ପତ୍ର ଥାଇ ସରକାରୀ ସୁବିଧାରୁ ବଂଚିତ ଅଛନ୍ତି ତେଵେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ), ରାସୋଳ ସଂଗଠନ ସହିତ ଯୋଗାଯୋଗ କଲେ ଆବଶ୍ୟକ ଅନୁଯାୟୀ ବିହିତ ପଦକ୍ଷେପ ନିଆଯିବ ବୋଲି ଅନୁରୋଧ କରିଛନ୍ତି ।

Leave A Reply

Your email address will not be published.

17 + thirteen =