ଅବିଭକ୍ତ କରଣ ସମାଜ ସଭାପତିଙ୍କ ପରଲୋକରେ ଶୋକ !

ଢେଙ୍କାନାଳ: ଢେଙ୍କାନାଳ ଅବିଭକ୍ତ କରଣ ସମାଜ ସଭାପତି ସ୍ୱର୍ଗତ ଦେବେନ୍ଦ୍ରନାରାୟଣ ପଟ୍ଟନାୟକଙ୍କ ବିୟୋଗରେ ସ୍ଥାନୀୟ ସୂର୍ଯ୍ୟ ମଣ୍ଡପଠାରେ କରଣ ସମାଜ ଓ ଶ୍ରୀକରଣ ସମାଜର ସଭ୍ୟମାନେ ମିଳିତ ଭାବେ ଏକ ଶୋକସଭା କରିଥିଲେ । କରଣ ସମାଜ ସଂପାଦକ ରବି ମହାନ୍ତିଙ୍କସମେତ ଏହି ଶୋକସଭାରେ ଜାନକୀ ବଲ୍ଲଭ ପଟ୍ଟନାୟକ, ବସନ୍ତ ପଟ୍ଟନାୟକ, ଲୁଲୁ ପଟ୍ଟନାୟକ, ବରିଷ୍ଠ ନାଗରିକ ମଂଚ ସଭାପତି ଯୋଗୀନାଥମହାନ୍ତି ପ୍ରମୁଖ ସ୍ୱର୍ଗତ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିବା ସହ ନୀରବ ପ୍ରାର୍ଥନା କରିଥିଲେ । ମୃତ୍ୟୁ ବେଳକୁ ସ୍ୱର୍ଗତ ପଟ୍ଟନାୟକଙ୍କୁ ୯୦ବର୍ଷ ବୟସହୋଇଥିଲା । ସେ ଭାରତୀୟ ରାଜସ୍ୱ ସେବା ଅଧିକାରୀ ଭାବେ ଅବସର ନେଇଥିଲେ । ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ କରଣ ସମାଜକାର୍ଯ୍ୟକାରୀ ସଭାପତି ସରୋଜ ପଟ୍ଟନାୟକ, ଅଜୟ ପଟ୍ଟନାୟକ, ପ୍ରସନ୍ନ ପଟ୍ଟନାୟକ, ହେମନ୍ତ ପଟ୍ଟନାୟକ, ମନୋରଞ୍ଜନ ପଟ୍ଟନାୟକ, ଗିରିଜାମହାନ୍ତି, ଅବିନାଶ ପଟ୍ଟନାୟକ, ନିରୋଦ କୁମାର ପଟ୍ଟନାୟକଙ୍କ ପ୍ରମୁଖଙ୍କ ସହିତ ଜିତେନ୍ଦ୍ର ପଟ୍ଟନାୟକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

four + 6 =