ଢ଼େଙ୍କାନାଳ ବିଜେଡିର ମିଶ୍ରଣ ପର୍ବ ପୁର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତିଙ୍କର ବିଜେଡିରେ ଯୋଗଦାନ !

ଢେଙ୍କାନାଳ : ସାଧାରଣ ନିର୍ବାଚନ ପାଇଁ ଭୋଟ ଗ୍ରହଣ ତାରିଖ ଯୋତେ ପାଖେଇ ଆସୁଛି ଦଳୀୟ ନେତା , କର୍ମୀ ଓ ପ୍ରାର୍ଥୀ ମାନଙ୍କ ମଧ୍ୟରେ ଉତ୍ସାହ ସେତେ ଦେଖିବାକୁ ମିଳୁଛି । ଢେଙ୍କାନାଳ ନିର୍ବାଚନ ମଣ୍ଡଳୀରେ ବିଜେଡିର ନିର୍ବାଚନ ପ୍ରଚାର ହେଉ କମ୍ବା ଦଲର ମିଶ୍ରଣ ପର୍ବ ବା ସଂଙ୍ଗଠନ ସୁଦୃଢ କରିବା ପାଇଁ ମିଟିଙ୍ଗ ହେଉଥିବା ଦେଖି ବିରୋଧି ଶିବିରରେ ଛନକା ପଶୁଥିବା ବେଳେ ବିଜେଡି ବିଧାୟକ ପ୍ରାର୍ଥୀ ସୁଧିର କୁମାର ସାମଲ ଏବଂ ଲୋକସଭା ପ୍ରାର୍ଥୀ ଡ଼ା ଅବିନାଶ ସାମଲଙ୍କୁ କିପରି ସମ୍ନା କରିବେ ସେଥିପାଇଁ ବିରୋଧି ଶିବିରରେ ଅଙ୍କ କଷାଚାଲିଛି । ସେପଟେ ବିଧାୟକ ପ୍ରାର୍ଥୀ ଶ୍ରୀ ସାମଲଙ୍କ ଦୃଢ ସଂଙ୍ଗଠନକୁ ଦେଖି ଅନ୍ୟ ଦଳର ବହୁ ନେତା ଓ କର୍ମୀ ନିଜ ଦଳକୁ ତ୍ୟାଗ କରି ବିଜେଡିରେ ସାମିଲ ହେଉଥିବା ବେଳେ ରବିବାର ସନ୍ଧ୍ୟାରେ ବିଜେଡି ଯୁବ ନେତା କୁମାର ଗୌରବ ସାମଲ ଓ ବାପୁନ ଜେନାଙ୍କ ପ୍ରତ୍ୟକ୍ଷ ତ୍ୱାବଧାନରେ ଏବଂ ଏମ୍ ପି ପ୍ରାର୍ଥୀ ଡ଼ା ଅବିନାଶ ସାମଲ ଓ ବିଧାୟକ ପ୍ରାର୍ଥୀ ତଥା ବିଧାୟକ ସୁଧିର କୁମାର ସାମଲଙ୍କ ଉପସ୍ଥିତିରେ ଜିଲ୍ଲା ଯୁବ କଂଗ୍ରେସର ପୁର୍ବତନ ଯୁବ ସଭାପତି ଜ୍ୟୋତ୍ରିମୟ ପାଲ ଓ ସାରଦା ବେହେରା, ପ୍ରଦ୍ୟୁମ୍ନ ସାହୁ, ଶଂକେତ କୁମାର ରାଉତ, ସର୍ବେଶ୍ୱର ବେହେରା, ଟିଲୁ ମହାପାତ୍ର, ସତ୍ୟାନନ୍ଦ ଖଟୁଆ, ଅବିନାଶ ଦାଶ, ମହମ୍ମଦ ଆରିଫ୍ , ମହମ୍ମଦ ଇସମାଇଲ, ପ୍ରଶାନ୍ତ କୁମାର ସାହୁ, ପରମଜିତ୍ ପ୍ରୀୟଦର୍ଶୀ, ଦେବୀପ୍ରସାଦ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଯୁବ କଂଗ୍ରେସ କର୍ମୀ ଗଣେଷ ମଣ୍ଡପ ଠାରେ ଅନୁଷ୍ଠିତ ହେଉଥିବା ବିଜେଡିର ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି । ସେମାନଙ୍କ ସହିତ ମହିଳା ଓ ଯୁବକର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶର କାର୍ଯ୍ୟଧାରରେ ଓ ବିଧାୟକ ସୁଧିର କୁମାର ସାମଲଙ୍କ ନେତୃତ୍ୱରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗଦେଇଛନ୍ତି । ବିଜେଡିରେ ସାମିଲ ହେବା ପରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳିରେ ଦଳ ସଂଙ୍ଗଠନ ସୁଦୃଢ ହେଲା ବୋଲି ଯୁବ ନେତା ଶ୍ରୀ ପାଲ କହିଛନ୍ତି । ଏହି ମିଶ୍ରଣ ପର୍ବରେ ପର୍ଯ୍ୟବେକ୍ଷକ ଅମରଜିତ ସେନାପତି, ସ୍ମୃତି ରଞନ ସିଂ, ବିଜେଡି ଜିଲ୍ଲା ସମ୍ପାଦକ ରଞନ ନାୟକ , ମାନସ ମହାରଣା , ଗଙ୍ଗାଧର ରାଉତ, ଯୁବନେତା ଷ୍ଟାଲିନ ମହାନ୍ତିଙ୍କ ସମେତ ବହୁ ବିଜେଡି ନେତୃମଣ୍ଡଳି ଉପସ୍ଥିତ ରହିଥିଲେ । ପ୍ରାରମ୍ଭରେ ସମସ୍ତ ଯୁବକ ଓ ମହିଳା ମାନେ ବାଜିଚୌକ ଛକ ନିକଟରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ହନୁମାନ ବାଟିକା ଠାରେ ପହଞ୍ଚିଥିଲେ । ପରେ ସେଠାରେ ପୁଜାର୍ଚ୍ଚନ ସହ ପଦଯାତ୍ରାକରି ମଣ୍ଡପ ଠାରେ ପହଞ୍ଚି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.

one × 2 =