ଢେଙ୍କାନାଳ ଜିଲ୍ଲା ବରିଷ୍ଠ ନାଗରିକ ମଞ୍ଚ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ବରିଷ୍ଠ ନାଗରିକ ମଂଚର ନିର୍ବାଚନ ଭିତିକ ସାଧାରଣ ସଭା, ଢେଙ୍କାନାଳ ଜିଲ୍ଲା ଲେଖକସଂସଦ ସଭାଗୃହରେ ସଭାପତି ପ୍ରହଲାଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି । ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଶ୍ରୀ ଜଗନ୍ନାଥଙ୍କ ଆଳତୀ ସହ ଶାନ୍ତିମନ୍ତ୍ର ପାଠ କରାଯାଇଥିଲା । ଦିବଂଗତ ସଦସ୍ୟ ତଥା ମଂଚର ପୂର୍ବତନ ସଭାପତିବିରଜା କୁମାର ତ୍ରିପାଠୀ ଏବଂ ସଦସ୍ୟ ଡଃ ଶିଶିର କୁମାର ଶତପଥୀଙ୍କ ଅମର ଆତ୍ମାର ସଦ୍‌ଗତି ଏବଂ ଶାନ୍ତି ନିମିତ ଦୁଇ ମିନିଟ୍‌ନୀରବ ପ୍ରାର୍ଥନା କରାଯାଇଥିଲା । ନିର୍ବାଚନ ଅଧିକାରୀ ଭିକାରୀ ଚରଣ ରାଉତଙ୍କ ତତ୍ୱାବଧାନରେ ମଂଚର ନିମ୍ନଲିଖିତକର୍ମକର୍ତାମାନଙ୍କୁ ନିର୍ବାଚନ କରାଗଲା । ଉପଦେଷ୍ଟା ଭାବେ ବିଧୁଭୂଷଣ ନନ୍ଦ, ପ୍ରମୋଦ କୁମାର ମିଶ୍ର, ପୀତବାସ ଷଡଙ୍ଗୀ,ଇନ୍ଦ୍ରମଣି ନାୟକ, ଡଃ ନିଲମ୍ କୁମାରୀ ମିଶ୍ର, ସଭାପତି ଭାବେ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଭାବେ ବସନ୍ତ କୁମାରପଟ୍ଟନାୟକ, ଦୀପ୍ତିଶ ପ୍ରସାଦ ପଟ୍ଟନାୟକ ଓ ଡଃ ପ୍ରକାଶ କୁମାର ପଟ୍ଟନାୟକ, ସାଧାରଣ ସମ୍ପାଦକ ଭାବେ କୃଷ୍ଣ ମୋହନ ସାହୁ,ଯୁଗ୍ମ ସଂପାଦକ ଭାବେ ଭ୍ରମରବର ଦଳାଇ, ବୈକୁଣ୍ଠ ନାଥ ବେହେରା ଓ ସର୍ବେଶ୍ୱର ବିଶ୍ୱାଳ, କୋଷାଧ୍ୟକ୍ଷ ଭାବେ ପୂର୍ଣ୍ଣଚନ୍ଦ୍ରଶତପଥୀ ଏବଂ କାର୍ଯ୍ୟନିର୍ବାହୀ ସମିତି ସଦସ୍ୟ ଭାବେ ତରୁଣ କୁମାର ବିଶ୍ୱାଳ, କୈଳାସ ଚନ୍ଦ୍ର ପଟ୍ଟନାୟକ, ଉପେନ୍ଦ୍ର କୁମାରରାଉତ, ପ୍ରତାପ ଚନ୍ଦ୍ର ପତି ଓ ରବି ନାରାୟଣ ପଟ୍ଟନାୟକ ପ୍ରମୁଖ ନବ ନିର୍ବାଚିତ କର୍ମକର୍ତାମାନଙ୍କୁ ନିର୍ବାଚନ ଅଧିକାରୀ ଶ୍ରୀରାଉତ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଧନ୍ୟବାଦ ସହ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.

fourteen − six =