ହିନ୍ଦୋଳ ଡ଼କାୟତି ଯୋଜନା ପଣ୍ଡ : ଗିରଫ ପାଞ୍ଚ ଅଭିଯୁକ୍ତ କୋର୍ଟ ଚାଲାଣ !

ଢ଼େଙ୍କାନାଳ :ହିନ୍ଦୋଳ ଉପଖଣ୍ଡ ଅନ୍ତର୍ଗତ ରାସୋଳ ପୋଲିସ୍ ଶୁକ୍ରବାର ଦିନ ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ସାପୁଆ ଜଙ୍ଗଲ ନିକଟରେ ଗୋଟିଏ କାର୍ ଏବଂ ଗୋଟିଏ ମଟରସାଇକେଲ ଦେଖି ମନରେ ସନ୍ଦେହ ଜାତ ହେବା କାରଣରୁ ପୋଲିସ୍ ଅନୁସନ୍ଧାନ କରିଥିଲା । ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ସେଠାରେ ୫ ଜଣ ଦୁବୃର୍ତ୍ତ ଚୋରି ଡକାୟତି ପାଇଁ ଯୋଜନା କରୁଥିଲେ। ପୋଲିସ୍ ସେମାନଙ୍କୁ ଧରି ଥାନାକୁ ଆଣି ପଚରାଉଚରା କରିବା ପରେ ଜାଣିବାକୁ ପାଇଲା କି ସେମାନେ ପୂର୍ବରୁ ବିଭିନ୍ନ ଚୋରି ଡ଼କାୟତିରେ ସଂପୃକ୍ତ ଥିଲେ। ଗିରଫ ହୋଇଥିବା ୫ ଜଣ ପଦରି ସାହୁ (୩୨), ଅମୂଲ୍ୟ ପରିଡ଼ା (୪୬), ଜିତେନ୍ଦ୍ର ନାଏକ (୨୭), ଟିକିନା ନାଏକ (୩୬) ଓ ଦୀପକ କୁମାର ପ୍ରଧାନ (୩୨) ଙ୍କୁ ଶନିବାର ଦିନ ମେଡିକାଲ୍ ଚେକପ୍ କରିବା ସହ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ଠାରୁ ୧ ପିସ୍ତଲ୍, ୨ ଟି ଅଫୁଟା ଗୁଳି, କଟୁରୀ ୧ , ଭୁଜାଲି ୧ , ତେଲେଙ୍ଗା କଟୁରୀ ୧ , ୬ ଟି ମୋବାଇଲ୍ ଫୋନ୍, ଗୋଟିଏ ସୁଇଫିଟ୍ ଡିଜାର୍ କାର୍ ଓ ଗୋଟିଏ ୟାମା ମଟର ସାଇକେଲ ଜବତ କରାଯାଇଛି । ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହିନ୍ଦୋଳ ଦୀପକ ଜେନା , ରାସୋଳ ଥାନାଧିକାରୀ ବିଧୁଭୂଷଣ ମିଶ୍ର ଓ ଏସଆଇ ପ୍ରତାପ ଦଳେଇ ପ୍ରମୁଖ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କହିଥିଲେ। ପୋଲିସ୍ ଏହିପରି କାର୍ଯ୍ୟ ଯଦି ଜାରି ରଖେ ତେବେ ଆଗାମୀଦିନରେ ରାସୋଳ ଅଞ୍ଚଳରେ ଚୋରି ଡକାୟତି ଲୋପ୍ ପାଇଯିବ ବୋଲି ସାଧାରଣରେ ଆଲୋଚନା ହେଉଛି।

Leave A Reply

Your email address will not be published.

fourteen + thirteen =