ନବୀନ ଓଡିଶା ମ୍ୟାଜିକ୍ କାର୍ଡ ଓ ନିର୍ବାଚନ ଇସ୍ତିହାର ସମ୍ପର୍କିତ ମତାମତ ସଂଗ୍ରହ କର୍ମଶାଳା ଅନୁଷ୍ଠିତ !

ଢେଙ୍କାନାଳ : ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିନ୍ତାଧାରା ଓ ନିର୍ଦ୍ଦେଶ ଏବଂ ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ୍‌ଙ୍କ ପ୍ରତ୍ୟକ୍ଷତତ୍ୱାବଧାନରେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆଗାମୀ ୧୦ବର୍ଷ ଭିତରେ କିଭଳି ସଦୁପଯୋଗହୋଇପାରିବ ତାହା ସଂପର୍କିତ ଏକ ନିର୍ବାଚନ ଇସ୍ତିହାର ଓ ଛାତ୍ରଛାତ୍ରୀମାନଙ୍କ ମତାମତ ସଂଗ୍ରହ ସଂପର୍କିତ ଏକ କର୍ମଶାଳା ଢେଙ୍କାନାଳଜିଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ସାରା ଭାରତ ବର୍ଷରେ ପ୍ରଥମଥର ପାଇଁ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏବଂ ସେମାନଙ୍କ ମତାମତରଗୁରୁତ୍ୱକୁ ନେଇ ଏକ କର୍ମଶାଳା ମାଧ୍ୟମରେ ଗ୍ରହଣ କରି ତାକୁ ଇସ୍ତିହାରରେ ସ୍ଥାନ ଦେବା ପ୍ରୟାସ କରିଛନ୍ତି, ଯାହାକି ସାରା ଛାତ୍ର ସମାଜରେବେଶ୍ ଆଦୃତ ଲାଭ କରିଛି । ଏହି ଅବସରରେ ଢେଙ୍କାନାଳ ଶ୍ରୀରାମ ମଣ୍ଡପ ଠାରେ ଅନୁଷ୍ଠିତ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁଆୟୋଜିତ କର୍ମଶାଳାରେ ରାଜ୍ୟ ବିଜୁ ଛାତ୍ର ଜନତା ଦଳର ମହାସଚିବ ଇପ୍‌ସିତା ସାହୁ ଯୋଗଦେଇ ଆଗାମୀ ୧୦ବର୍ଷ ଭିତରେଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଏବଂ କ୍ୟାରିୟର ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଭିନ୍ନ ଛାତ୍ରଛାତ୍ରୀମାନେ ଆଗାମୀ୧୦ବର୍ଷକୁ ଆଖି ଆଗରେ ରଖି ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ କିପରି ସରସ ସୁନ୍ଦର, ଉଜ୍ୱଳ ଓ ସ୍ୱାବଲମ୍ବି ହୋଇପାରିବ ତା ଉପରେ ନିଜରସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସଭାପତି ସୁରଜ ମହାପାତ୍ର ତାଙ୍କର ସଭାପତିତ୍ୱ ଅଭିଭାଷଣରେଛାତ୍ରଛାତ୍ରୀମାନଙ୍କର ମତାମତକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆଗାମୀ ନିର୍ବାଚନରେ ଇସ୍ତିହାର ଆକାରରେ ପ୍ରକାଶକରିବା ପାଇଁ ପ୍ରସ୍ତାବ ରଖିଥିଲେ । ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନବୀନ ଓଡିଶା ମ୍ୟାଜିକ୍ କାର୍ଡ ସଂପର୍କରେ ବିଶେଷଆଲୋଚନା ହୋଇଥିଲା । ଏହି ମ୍ୟାଜିକ୍ କାର୍ଡ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ପାଇଁ କରାଯାଇଥିବା ବିଭିନ୍ନ ସୁବିଧା ସୁଯୋଗ ଗୁଡିକ ଉପରେଆଲୋକପାତ କରାଯାଇଥିଲା । ଏହି ଅବସରରେ ପୌରପରିଷଦର ଉପ ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର, ରାଜ୍ୟ ସାଧାରଣ ସଂପାଦକସଞ୍ଜିବ ପୃଷ୍ଟି, ସୂର୍ଯ୍ୟକାନ୍ତ ପରିଡା, ଆଶୁତୋଷ କର, ଓମ୍ ପ୍ରକାଶ ନାୟକ, ଅମିତ୍ ସାହୁ, ରଞ୍ଜନ କୁମାର ସାହୁ, ଧନଞ୍ଜୟ ମଲ୍ଲିକ,ବିଶ୍ୱଜିତ୍ ବେହେରା, ଓମ୍‌କାର ପାଣ୍ଡେ, ଜ୍ଞାନ ରଞ୍ଜନ ସିଂ, ପ୍ରିୟଜିତ୍ ସାମଲ, ସାନ୍ତନୁ ସାହୁ, ଶକ୍ତି ପଟ୍ଟନାୟକ, ପ୍ରଜ୍ଞାସୁ ସାହୁ, ଅଭିଜିତ୍‌ମହାପାତ୍ର ପ୍ରମୁଖ ଜିଲ୍ଲା କର୍ମକର୍ତାମାନେ ଉପସ୍ଥିତ ରହି ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଏହି କର୍ମଶାଳାରେ ଜିଲ୍ଲାର ସମସ୍ତ କଲେଜ୍‌ରୁ ୫ଶହରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

20 − 1 =