ଭୁବନ ଏନ୍ .ଏ. ସି.ରେ ବର୍ଦ୍ଧିତ ଭତ୍ତା ବଣ୍ଟନ !

ଢ଼େଙ୍କାନାଳ: ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ବାର୍ଦ୍ଧକ୍ୟ, ବିଧବା,ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରାଯାଇଥିଲା। ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀ ଙ୍କୁ ବର୍ଦ୍ଧିତ ଭତ୍ତା ବଣ୍ଟନ କରିଥିଲେ । ଫେବୃଆରୀ ମାସ ପାଇଁ ୫୦୦,୭୦୦,୯୦୦ ଟଙ୍କା ଯେଉଁ ହିତାଧିକାରୀ ମାନଙ୍କ ବ୍ୟାଙ୍କ୍ ଖାତାରେ ଡିପୋଜିଟ ହୋଇଛି , ସରକାରଙ୍କ ନିର୍ଦ୍ଦେଶ ପରେ ସେହି ହିତାଧିକାରୀ ଙ୍କୁ ୫୦୦ ଟଙ୍କା ବର୍ଦ୍ଧିତ ଭତ୍ତା ଦିଆଯାଉଛି । ବର୍ଦ୍ଧିତ ଭତ୍ତା ଆସନ୍ତା ମାର୍ଚ୍ଚ ମାସରୁ ୧୦୦୦,୧୨୦୦ ଓ ୧୪୦୦ ବ୍ୟାଙ୍କ ଖାତା ରେ ଡିପୋଜିଟ ହେବ ବୋଲି ନଗରପାଳ ସୂଚନା ଦେଇଥିଲେ । ନିର୍ବାହୀ ଅଧିକାରୀ ରାଜୀବ ଲୋଚନ ବେହେରା ଙ୍କ ସମେତ କାଉନସିଲର ଏବଂ ଏନ୍ ଏ ସି କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

seventeen − five =