ପେନକାକ୍ ସିଲାଟ ଆସୋସିଏସନ ପକ୍ଷରୁ ମିଶନ ସୁରକ୍ଷା କାର୍ଯ୍ୟକ୍ରମ !

ଢେଙ୍କାନାଳ : ଜିଲ୍ଲାର ଅନ୍ୟତମ ସମରକଳା ଅନୁଷ୍ଠାନ ପେନକାକ୍ ସିଲାଟ ଆସୋସିଏସନ ଓ ଗୁରୁଦେବଜୀ ଫାଉଣ୍ଡେସନର ଗୁରୁକୁଳ ପ୍ରଶିକ୍ଷଣ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ଢେଙ୍କାନାଳ ସହରର ୪ ନମ୍ୱର ୱାର୍ଡ ସ୍ଥିତ ଜର୍ଜ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ଦିବସୀୟ ସମରକଳା ତଥା ଆତ୍ମରକ୍ଷା କଳା କୌଶଳ ପ୍ରଦର୍ଶନ ତଥା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ପ୍ରଶିକ୍ଷକ ଭାବେ ଗୁରୁଦେବଜି ଗୁରୁକୁଳର ପ୍ରତିଷ୍ଠାତା ତଥା ପେନକାକ୍ ସିଲାଟ ଆସୋସିଏସନ, ଢେଙ୍କାନାଳର ସମ୍ପାଦକ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ ଉପସ୍ଥିତ ୭୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀଙ୍କୁ ଶାରୀରିକ ବ୍ୟାୟାମ, ପେନକାକ୍ ସିଲାଟ କୌଶଳ, ଆତ୍ମରକ୍ଷା କୌଶଳ ସହ ମାନସିକ ବିକାଶାତ୍ମକ ଶିକ୍ଷା ପ୍ରଦାନ କରିଥିଲେ। ଏହା ସହ ସଂସ୍କାର, ସମ୍ମାନ, ଆତ୍ମବିଶ୍ୱାସ, ଆତ୍ମରକ୍ଷା କୌଶଳ ଓ ପେନକାକ୍ ସିଲାଟ ଖେଳର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ । ଉକ୍ତ ଜର୍ଜ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ମାନେ ଏହି ମିଶନ ସୁରକ୍ଷାର ଲକ୍ଷ୍ୟ ଓ କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଏହାର ପ୍ରତିଷ୍ଠାତା ମାଷ୍ଟର ଇଂ ସୌମ୍ୟବ୍ରତ ସାହୁଙ୍କୁ ଏହି ଭଳି ଜୀବନ ରକ୍ଷା ନିମନ୍ତେ ସେବାକୁ ବ୍ରତ କରିଥିବାରୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.

two × 1 =