ଢ଼େଙ୍କାନାଳ:ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ଡ଼ାକରାରେ ସାରା ରାଜ୍ୟରେ ସମସ୍ତ ତହସିଲରେ ରାଜସ୍ବ ପରିଦର୍ଶକ,ରାଜସ୍ବ ନୀରିକ୍ଷକ ଓ ସହକାରୀ ରାଜସ୍ବ ନିରୀକ୍ଷକ ସମୂହ ୬ ଦଫା ନେଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି । ଢେ଼ଙ୍କାନାଳ ଜିଲ୍ଲା ଗନ୍ଦିଆ ତହସିଲ ଅନ୍ତର୍ଗତ ୧୦ ଟି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଯଥା ନିହଲ ପ୍ରସାଦ ଆର ଆଇ ସୁଶାନ୍ତ ସାହୁ,ବିଦ୍ୟାଧରପୁର ଆର ଆଇ ପ୍ରଣତୀ ଭୋଇ,କପିଳାସ ଆର ଆଇ ନିବଶ୍ରି ଦlଶ,ମନ୍ଦାର ଆର ଆଇ ସୁନନ୍ଦା ସିଂ,ବାଇଁସିଆ ଆର ଆଇ ଅନୁପମା ଦେହୁରୀ ,ନୂଆନଈ ଆର ଆଇ ପ୍ରଶାନ୍ତ କୁମାର ବେହେରା, ପିଙ୍ଗୁଆ ଆର ଆଇ ସୌଦାମିନୀ ମଲ୍ଲିକ, ଷଡ଼ଙ୍ଗୀ ଆର ଆଇ ବ୍ରହ୍ମାନନ୍ଦ ସେଠୀ, ଷଡ଼ଙ୍ଗୀ ଏ ଆର ଆଇ ଦେବବ୍ରତ ବାରିକ, ଯୋରନ୍ଦା ଆର ଆଇ ପ୍ରଦୀପ ବିଶ୍ବାଳ ଏବଂ ଗନ୍ଦିଆ ଆର ଆଇ ସନ୍ଧ୍ୟାରାଣୀ ଦାଶ ପ୍ରମୁଖ ଗତକାଲି ଠାରୁ ଆନ୍ଦୋଳନରେ ବସି ରହିଛନ୍ତି । ରାଜସ୍ବ ନିରୀକ୍ଷକ ମାନେ ଆନ୍ଦୋଳନ ଚଳାଇ ଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।