ଢେଙ୍କାନାଳ : ଓଡାପଡା ବ୍ଲକ ଇନ୍ଦିପୁରଠାରେ ଅବସ୍ଥିତ ସଚ୍ଚିଦାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ,ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତା ମୂଳକ ପାଠପଢାରେ ପାର୍ଟନର କରିବା ନିତ୍ୟାନ୍ତ ଆବଶ୍ୟକ । ଏହାହିଁ ଆଜି ପ୍ରମାଣିତ କରିଛି ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ । ନିଜର ଆଚରଣ ପ୍ରତିଷ୍ଠା କରିବା ନୂଆ-ଓର ମୁଖ୍ୟ କାରଣ । ଏଥିପାଇଁ ଛାତ୍ରଛାତ୍ରୀମାନେ ନିଜ ନିଜ ମଧ୍ୟରେ ପ୍ରୟାସ ଜାରି ରଖିବା ବ୍ୟତୀତ ପରସ୍ପର ମଧ୍ୟରେ ଭଲପାଇବାର ପ୍ରକ୍ରିୟା ରହିବା ଦରକାର । ଜୀବନର ପ୍ରତ୍ୟେକ ବାଧାବିଘ୍ନକୁ ଅତିକ୍ରମ କରି ଦୃଢ ମନୋବୃତି ରଖି ଆଗକୁ ବଢି ଚାଲିବା ନିତ୍ୟାନ୍ତ ଆବଶ୍ୟକ । ପିଲାମାନଙ୍କ ପ୍ରତିଷ୍ଠାକୁ ଚିହ୍ନଟ କରିବାରଏହା ଏକ ନୂତନ ପ୍ରକ୍ରିୟା ହେଉଛି ନୂଆ-ଓ, ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ବୋଲି କହିଥିଲେ । ମଂଚାସୀନ ସମ୍ମାନିତ ଅତିଥିଭାବେ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ରାଉତ, ସ୍ଥାନୀୟ ସରପଞ୍ଚ ଲଳିତା ସାହୁ, ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ତାଙ୍କବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୋଡାଲ୍ ଅଫିସର ଦୀପ୍ତିବାଳା ମିଶ୍ରକାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଅଧ୍ୟାପିକା ଡଃ. ପୁଷ୍ପଲତା ରଥ ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ । ବିଦ୍ୟାଳୟରଅଧ୍ୟାପକ (ଉଦ୍ଭିଦ ବିଜ୍ଞାନ) ସମରେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।