ରୟାଲ ଇଣ୍ଟରନେସନାଲ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ’ରୟାଲ୍ ଫେଷ୍ଟ ‘ ଅନୁଷ୍ଠିତ : ଆଚରଣ, ବିଶ୍ୱାସ, ଚରିତ୍ର ଓ ପରିବଦ୍ଧତା ରହିବା ଦରକାର -ସାଂସଦ ମହେଶ ସାହୁ


ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଲକ କଳାପାଣିଠାରେ ଅବସ୍ଥିତ ରୟାଲ୍ ଇଂଟରନେସନାଲ୍ ପବ୍ଲିକ୍ ସ୍କୁଲ୍‌ର ବାର୍ଷିକ ଉତ୍ସବ￾୨୦୨୩ “ରୟାଲ୍ ଫେଷ୍ଟ’ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ରଙ୍ଗା ରଙ୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ
ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗଦେଇ ତାଙ୍କ ବକ୍ତବ୍ୟରେ ଆଜିର ଶିଶୁ ଆଗାମୀ ନାଗରିକ ନୁହେଁ, ଆଜିର ନାଗରିକ ବୋଲି
ବିବେକାନନ୍ଦଙ୍କ ଏହି ଉକ୍ତିକୁ ଉଦାହରଣ ଦେଇ କହିଥିଲେ । ଏଥିପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କର ଅନୁଷ୍ଠାନ ପ୍ରତି ଆଚରଣ, ବିଶ୍ୱାସ, ଚରିତ୍ର ଓ ପରିବଦ୍ଧତା ରହିବା ଦରକାର । ଯାହାଫଳରେ କି ପ୍ରତ୍ୟେକ ଶିକ୍ଷାନୁଷ୍ଠାନରୁ ଛାତ୍ରମାନେ ଏହାକୁ ଆଧାର କରି ନିଜର ଭବିଷ୍ୟତ ନିଜେ ହିଁ ଗଢି ତୋଳିବେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ସମାଜର ପ୍ରତିନିଧି ତଥା ସମାଜସେବୀ ଶିଶିର ଶତପଥି ଯୋଗଦେଇ ଏହି ଅନୁଷ୍ଠାନରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନେ ନିଜର ଭବିଷ୍ୟତ ନିଜେ ଗଢିବା ପାଇଁ ଅଧ୍ୟୟନ ମାଧ୍ୟମରେ ନିଷ୍ଠା ରହିବା ଦରକାର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ୍‌ର ଅଧ୍ୟକ୍ଷ ଅକ୍ଷୟ କୁମାର ମହାନ୍ତି, ସଂପାଦକ ମନୋରଞ୍ଜନ ଦାସ, ପ୍ରାଧ୍ୟାପକ ଅନିଲ୍ କୁମାର ନାୟକ, ନିର୍ଦ୍ଦେଶକ ସରୋଜକାନ୍ତ ଦାସ ପ୍ରମୁଖ ମଞ୍ଚାସୀନ ହୋଇ ଛାତ୍ରଛାତ୍ରୀମାନଙ୍କ ଉଜ୍ୱଳ ଭବିଷ୍ୟତକାମନା କରିଥିଲେ । ଏହି ଉତ୍ସବରେ ମିଷ୍ଟର ସୁବାଷ ଓ ମିସ୍ ଶୁଭସ୍ମିତା ଦାସ ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍କୁଲ୍‌ରେ ଅଧ୍ୟୟନରତ ୨୬୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମୋଟ୍ ୪୫ଜଣଙ୍କୁ ବିଭିନ୍ନ କୃତି ପାଇଁ ମୁଖ୍ୟ ଅତିଥି ଏବଂ ମଂଚାସୀନ ଅତିଥିଗଣପୁରସ୍କୃତ କରିଥିଲେ । ଏହି ଉତ୍ସବରେ ସମସ୍ତ ଶିକ୍ଷକଶିକ୍ଷୟିତ୍ରୀଙ୍କ ବ୍ୟତୀତ ସ୍କୁଲ୍ କର୍ମଚାରୀମାନେ ସହଯୋଗ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

fourteen + eighteen =