“ଢେଙ୍କାନାଳ ମହିଳା ମହାବିଦ୍ୟାଳୟ,ଢେଙ୍କାନାଳର ନୂଆ- ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ” !

ଢ଼େଙ୍କାନାଳ : ନୂଆ – ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅତିଥି ଢେଙ୍କାନାଳର ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ତଥା ସମ୍ମାନିତ ଅତିଥି ଓଡ଼ିଶାର ଯଶସ୍ଵି କଳାକାର ,ଅଭିନେତା, ପ୍ରଯୋଜକ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଲେଙ୍କା କାର୍ଯ୍ୟକ୍ରମରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମୁଖ୍ୟ ଅତିଥି ବିଧାୟକ ଶ୍ରୀଯୁକ୍ତ ସୁଧୀର କୁମାର ସାମଲ ଯୁବ ଶକ୍ତିକୁ ସମୃଦ୍ଧ କରିବା ଦିଗରେ ଓଡ଼ିଶା ସରକାରଙ୍କ ଅଭିନବ ପ୍ରୟାସ, ପ୍ରତ୍ୟେକ ଜନହିତକର କାର୍ଯ୍ୟ ସହିତ ଯୁବ ସମାଜ କିପରି ବିଭିନ୍ନ ମାଧ୍ୟମ ଦେଇ ଅନ୍ତରନିହିତ ଗୁଣର ବିକାଶ ଘଟିବ। ରାଜ୍ୟ ସରକାର ପ୍ରୟାସ ରଖିଛନ୍ତି ସେ ବିଷୟରେ ବିଦ୍ୟାର୍ଥୀ ମାନଙ୍କୁ ଅବଗତ କରାଇଥିଲେ । ସମ୍ମାନିତ ଅତିଥି ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ ଲେଙ୍କା ତାଙ୍କ ବକ୍ତବ୍ୟରେ ଉସ୍ତ୍ତାହିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ରାମଚନ୍ଦ୍ର ମଲ୍ଲ ଅତିଥିଙ୍କର ପରିଚୟ ପ୍ରଦାନ କରିବା ସଂଗେ ସଂଗେ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନୂଆ -ଓ ଯୁବ ଓଡ଼ିଶା କାର୍ଯ୍ୟ ପାଇଁ ପ୍ରୋସ୍ତ୍ତାହିତ କରିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରୀ ମାନେ ଅଂଶ ଗ୍ରହଣ କରି ଓଡ଼ିଶା ସରକାରଙ୍କୁ ଛାତ୍ରୀ ମାନେ ଧନ୍ୟବାଦ ଅର୍ପଣ କରିଥିଲେ। ନୂଆ – ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମର ନୋଡାଲ ଅଫିସର, ଅଧ୍ୟାପକ ଶ୍ରୀଯୁକ୍ତ ଗୋକୁଳନନ୍ଦ ମହାପାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜିକା ଅଧ୍ୟାପିକା ଅନିତା ମିଶ୍ର , କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ସାମାଜିକ ସେବା କାର୍ଯ୍ୟକ୍ରମର ସଂଯୋଜିକା ଡଃ ସରୋଜିନୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।ଅଧ୍ୟାପକ ଉଦ୍ଧବ ଚରଣ ମଲ୍ଲିକ ଅଧ୍ୟାପକ ପଙ୍କୋଜ କୁମାର ବାରିକ ତଥା ଅନ୍ୟ ସମସ୍ତ ଅଧ୍ୟାପକ ଅଧ୍ୟାପିକା ମହାବିଦ୍ୟାଳୟର ଛାତ୍ରୀବୃନ୍ଦ ସହଯୋଗ କରିଥିଲେ। ଉକ୍ତ ମହାବିଦ୍ୟାଳୟର ନୂଆ – ଓ କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପର୍ଣ୍ଣ ହୋଇଯାଇଛି ।

Leave A Reply

Your email address will not be published.

6 + 7 =