ସାହୁ ବ୍ରଦର୍ସ ର କୋଟି କୋଟି କଳା ଟଙ୍କା ବିରୁଦ୍ଧରେ ଢେଙ୍କାନାଳ ବିଜେପିର ପ୍ରତିବାଦ ସଭା : ଶଙ୍ଖ ଖୋଳପାରେ କଂଗ୍ରେସ୍ର ମଦ ବେପାରୀ !
ଢେଙ୍କାନାଳ: ସାରା ଭାରତ ବର୍ଷ ତଥା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ମଦ ବେପାରୀ ସାହୁ ବ୍ରଦର୍ସ ଠାରୁ ଆୟକର ବିଭାଗ
କୋଟି କୋଟି କଳା ଟଙ୍କା ଜବତ କରାଯିବା ଘଟଣାକୁ ନେଇ ଢେଙ୍କାନାଳ ବିଜେପି ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିବାଦ ସଭାରେ ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି ଯୋଗଦେଇ ଆୟକର ବିଭାଗ ଦ୍ୱାରା କଂଗ୍ରେସ୍ର ରାଜ୍ୟସଭା ସାଂସଦତଥା ମଦ ବେପାରୀ ଧୀରଜ୍ ସାହୁଙ୍କ ଘରୁ ଏବଂ ଓଡିଶାର ବଲାଙ୍ଗିର୍ ଓ ଅନ୍ୟାନ୍ୟ ଜିଲ୍ଲାରେ ଥିବା ସାହୁଙ୍କ ବ୍ୟବସାୟ କେନ୍ଦ୍ର ଗୁଡିକରୁପୁଳା ପୁଳା କୋଟି କୋଟି କଳାଟଙ୍କା ଜବତ୍ ହେବା ସାରା ଦେଶବାସୀ ତଥା ରାଜ୍ୟର ଜନସାଧାରଣ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି ।ଏଭଳି କଳାଟଙ୍କା ଜବତ ହେବା ଘଟଣା ଓଡିଶାରେ ବିରଳ । ଏହି ପ୍ରତିବାଦ ସଭାରେ ବିଜେପି ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର,ପୂର୍ବତନ ରାଜ୍ୟ କୃଷକ ମୋର୍ଚ୍ଚା ଉପ-ସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ନିରୋଜ ନଳିନୀ ମହାଳିକ, ଜିଲ୍ଲାଉପସଭାପତି ମାତୃ ପ୍ରସାଦ ନନ୍ଦ ଓ ବିଷ୍ଣୁପ୍ରସାଦ ଲେଙ୍କା, ମହିଳାମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ମମତା ସ୍ୱାଇଁ, ଯୁବମୋର୍ଚ୍ଚା ଜିଲ୍ଲା ସଭାପତିଏମ୍.ଜେ. ମହିମା, ରାଜ୍ୟ ମହିଳାମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟା ରତ୍ନପ୍ରଭା ପଣ୍ଡା, ପୂର୍ବତନ ଜିଲ୍ଲା ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ,ପୂର୍ବତନ ଜିଲ୍ଲା ଉପସଭାପତି ରମେଶ ଚନ୍ଦ୍ର ସାମଲ, ନଗର ମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁ, ଭାପୁର ମଣ୍ଡଳ ସଭାପତି ଧୃବ ଚରଣ
ରାଉତ, ବରିଷ୍ଠ ନେତା ଶତୃଘନ ରାଉତ, ଅମ୍ବିକା ପ୍ରସାଦ ମିଶ୍ର ପ୍ରମୁଖ ଉଦ୍ବୋଧନ ଦେଇ ଆଜି ରାଜ୍ୟରେ ନବୀନ ସରକାର ର
ଶାସନ ଚାଲିଥିବାବେଳେ ଯେଭଳି ଭାବେ ଏତେବଡ ମଦ ସାମ୍ରାଜ୍ୟ ପରିବ୍ୟାପ୍ତ ହେଲା ଏବଂ କୋଟି କୋଟି କଳାଟଙ୍କା ଠୁଳ ହେବା
ଘଟଣା ରାଜ୍ୟ ସରକାରଙ୍କର ସଂପୃକ୍ତିକୁ ଏଡାଇ ଦିଆଯାଇନପାରେ । ଏହିସବୁ କଳାଟଙ୍କା ମହଜୁଦ୍ ହେବା ରାଜ୍ୟ ସରକାର ଓ ଜିଲ୍ଲା
ପ୍ରଶାସନର ଅପାରଗତା ଓ ନିଷ୍କ୍ରିୟତାକୁ ବକ୍ତାମାନେ କଠୋର ଭାଷାରେ ନିନ୍ଦା ଓ ସମାଲୋଚନା କରିଥିଲେ । ଆଗାମୀ ୨୦୨୪
ନିର୍ବାଚନ ସମୟରେ ବର୍ତମାନ ଶାସନରେ ଥିବା ବିଜେଡି ସରକାର ଓ କଂଗ୍ରେସ୍ ମିଶି ମଦ ବେପାରୀର ସହାୟତାରେ ଜବତ
ହୋଇଥିବା କୋଟି କୋଟି କଳାଟଙ୍କାକୁ ବିନିଯୋଗ କରି ଅସାଧୁ ଉପାୟରେ କ୍ଷମତାକୁ ଅକ୍ତିଆର କରିବା ପାଇଁ ସୁଚିନ୍ତିତ ଯୋଜନା
କରିଛନ୍ତି ବୋଲି ବକ୍ତାମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । ଆୟକର ବିଭାଗ ଦ୍ୱାରା ଏତେବଡ ଦୁର୍ନୀତିର ପର୍ଦାଫାସ୍ କରାଯାଇଥିବା
ସ୍ଥଳେ ରାଜ୍ୟର ପୁଲିସ୍, କ୍ରାଇମ୍ବ୍ରାଂଚ ଓ ଗୁଇନ୍ଦା ବିଭାଗ ଟେର୍ ନପାଇବା ଘଟଣା ଆଜି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହିମହାଦୁର୍ନୀତି ଘଟଣାର ସିବିଆଇ ତଦନ୍ତ କରାଯିବାକୁ ମୁଖ୍ୟମନ୍ତ୍ରୀ ସୁପାରିସ୍ କରନ୍ତୁ ବୋଲି ନେତୃମଣ୍ଡଳୀ ଦାବୀ କରିଛନ୍ତି । ଏହି ପ୍ରତିବାଦସଭାରେ ଢେଙ୍କାନାଳ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର, ଜିଲ୍ଲା ସଂପାଦକ ଅବନିକାନ୍ତ ପଟ୍ଟନାୟକ, କାଉନ୍ସିଲର ନିରୋଦ କୁମାର ସାହୁ,ସୂର୍ଯ୍ୟପ୍ରତାପ ରାଉତ, ଲକ୍ଷ୍ମୀପ୍ରିୟା ଦଳେଇ, ମମତା ସାହୁ, ସୁମିତ୍ର ମଲ୍ଲିକା (କ), ସୁମିତ୍ରା ମଲ୍ଲିକ (ଖ) ଓ ଅନିତା ମଲ୍ଲିକ, ପୂର୍ବତନରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ରଞ୍ଜନ ଭୂୟାଁ, ଜିଲ୍ଲା ଏସ୍ସି ମୋର୍ଚ୍ଚା ସଭାପତି ଲକ୍ଷ୍ମୀଧର ଦଳେଇ, ବରିଷ୍ଠ ନେତାନିରଞ୍ଜନ ଦାସ, ସନ୍ତୋଷ ବେହେରା, ପବନା ମହାକୁଡ, ରୁଦ୍ରନାରାୟଣ ତ୍ରିପାଠୀ, ସୁଚିତ୍ର ବେହେରା, ପ୍ରଦୀପ ମଲ୍ଲିକ, ପ୍ରତ୍ୟୁଷ ହରିପ୍ରଧାନ, ଅନିମେଶ ଚାନ୍ଦ, ମାଳବିକା ସ୍ୱାଇଁ, ମଧୁସ୍ମିତା ପୁହାଣ, ଉଲ୍ଲି ନାୟକ, ରମଣି ରଞ୍ଜନ ଦାସ, ହାଡିବନ୍ଧୁ ସେଠୀ, ଅଶୋକ
ଦାସ, ନାଗାର୍ଜୁନ ପାତ୍ର, ଗଦାଧର ସାହୁ, ଆରତ ମଲ୍ଲିକ, ବିନୋଦ ମଲ୍ଲିକ ଓ ସଞ୍ଜୟ ସାହୁ ପ୍ରମୁଖ ସମେତ ଶତାଧିକ କାର୍ଯ୍ୟକର୍ତା
ଉପସ୍ଥିତ ଥିଲେ । ସର୍ବଶେଷରେ ଜିଲ୍ଲା କୋଷାଧ୍ୟକ୍ଷ ସଞ୍ଜିବ୍ କୁମାର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।