ବ୍ୟବସାୟୀ ଯଦି ଟଙ୍କା ବଳ ରେ କ୍ଷମତା ଅକ୍ତିଆର କରିବେ ଏୟା ହେବ ହିଁ ହେବ । ଏଠି ସବୁ ଚାଲିଛି ଲୁଟ ! ବ୍ଲକ ରେ ବିନା କାମ ରେ ବିଲ ! ଲୁଟ କରିବାର” ନୂଆ “ତରିକା”ଆମ ଓଡ଼ିଶା ନବୀନ ଓଡ଼ିଶା “କମିଶନ ଆଦାୟ ପାଇଁ ବସିଛନ୍ତି “ଖଡକା”ର ଏଜେଣ୍ଟ ! “ସୁରା ସାକି “ରେ ମଶଗୁଲ ହେଉଛି “ନିରୁପମା ” ହୋଟେଲ ! ବେଶିପାଟି କଲେ ବିଲ ବନ୍ଦ୍ ? ବିଡ଼ିଓ ଆମର,ଯନ୍ତ୍ରୀ ଆମର !ସରକାରୀ କାମ ଛାତ ଭୁସୁଡ଼ିଲେ ବି “ମାଫ”ଦଳୀୟ ଟିକେଟ ଆମ ବିଧାୟକ ଙ୍କ ର ପକ୍କା !ପାର୍ଟି କୁ ଦିଆହୋଇଛି ଅମାପ ଟଙ୍କା ?ଆହୁରି ଦଶ ବର୍ଷ ଲୁଟି ଖାଇବାକୁ ହୋଇଛି ବିସ୍ତୃତ ଯୋଜନା ! ଲୋକେ ଟଙ୍କା ନେବେ ଓ ଆମକୁ ପୁଣି ଭୋଟ ଦେବେ ! “ମୁଙ୍ଗେରି ଲାଲ କି ହସିନ ସପାନା”କପିଳାସ ଠାକୁର ବି ବାଦ ପଡ଼ି ନାହାନ୍ତି !ଯାତ୍ରୀ ଙ୍କୁ ଚାଲିଛି ଶୋଷଣ ! ଠାକୁର ଙ୍କ ର ୧୬ହଜାର ଏକର ଜମି ଖାଉଛନ୍ତି “ଭୂତ ” ! ମଙ୍କଡାପଥର ଖଣି ନିଲାମ ହୋଇଛି ଗନ୍ଦୀଆ ରେ ଥାନା ଓ ତହସିଲ ନାକ ତଳେ ହେଉଛି ଚୋରି ! ଆଖ ପାଖ ୩ଟି ପଞ୍ଚାୟତ ରେ ୧୦୦୦ଏକର ସରକାରୀ ଜମି ଖାଲ ହୋଇ ସାରିଲାଣି ତଥାପି ତହସିଲ ଓ ପୋଲିସ ବାବୁ ଜାଣି ପାରୁନାହାନ୍ତି ?ସବୁ ମାସିକିଆ ଫିକ୍ସ ହୋଇ ଯାଇଛି !ଯେତେ ଲୁଟ ହେଉଛି ହେଉ ! ବିନା ନିଲାମ ରେ ବାଲି ଚୋରି !ସେ କାଶିପୁର ହେଉ କି ଗୋପାଳପୁର ହେଉ କି ମନ୍ଦାର ହେଉ !ଶହ ଶହ ଗାଡ଼ିରେ ଚୋରା ରେ ବାଲି ଯାଉଛି ବାହାର ଜିଲ୍ଲା କୁ ! ଟେର ପାଉନି ପୋଲିସ ,ତହସିଲ ଓ ଖଣି ବିଭାଗ !ଆମ ଜିଲ୍ଲାର ପାୱାର ଫୁଲ ଖଣି ମନ୍ତ୍ରୀ ଓ ପାୱାର ଫୁଲ ବେପାରୀ ବିଧାୟକ ! ତୁମେ ଆପତ୍ତି କରିବ ଯାହାକୁ ଆମେ …… କରିଛୁ ତାହାକୁ ନ୍ୟାୟ ରେ ଚାଲିଛି “କୋଟି କୋଟି ଟଙ୍କାର ମହା ଲୁଟ” !ବିନା ନିଲାମ ରେ ପାହାଡ ଚୋରି !ଶାଗ ମାଛ ଦରରେ କିଛି ପାହାଡ ଦିଆ ଯାଇଛି ନିଲାମ କିନ୍ତୁ ଦିନ ଦ୍ୱିପ୍ରହର ରେ ଅନୁମୋଦିତ ପରିମାଣ ରୁ ପଥର ଚାଲାଣ ହେଉଛି ଢେ଼ଙ୍କାନାଳ ର ସୀମାନ୍ତ ଜିଲ୍ଲା ଯାଜପୁର କୁ ! ବେଗା ର କଷ୍ଟି ପାହାଡ ହେଉ କି ପିଙ୍ଗୁଆ ର ଭୂଷା ପାହାଡ ହେଉ କି ନିହଲ ପ୍ରସାଦ ର ଭାଗଲ ପୁର ପାହାଡ ହେଉ କି କାଶିପୁର ର ପାହାଡ ହେଉ କି ଚଡକମରା ର ନିଶ୍ଚିନ୍ତା ପାହାଡ ହେଉ ସବୁଠି ଚାଲିଛି”ମହାଲୁଟ”? ଢେ଼ଙ୍କାନାଳ ଯାଜପୁର ସୀମାରେ ହୋଇଛି ଗୋଟେ ରାଜସ୍ବ ଗେଟ୍ କିନ୍ତୁ ସେଥିରେ ନାହାନ୍ତି ଜଗୁଆଳି !ତହସିଲ ବାବୁ,ପୋଲିସ ବାବୁ , ଜଙ୍ଗଲ ବାବୁ , ବିଡ଼ିଓ ବାବୁ ସମସ୍ତେ ଏକାକାର ।ସମସ୍ତଙ୍କୁ ନଜର ରଖିଛନ୍ତି ବାବୁ “କଳାକାର”!ତିକିନିକ୍ ଖବର ରଖିବାକୁ ! କିଏ କେତେ ଚୋରି କଲା? ବାବୁ ଙ୍କ ଭାଗ ଠିକ୍ ରେ ପହଞ୍ଚିଲା କି ନାହିଁ ! ବିରୋଧୀ ଦଳ ବି ନୀରବ !ଢେ଼ଙ୍କାନାଳ ମ୍ୟୁନିିସପାଲିଟି ତାଙ୍କ କବଜାରେ! କୋଟି କୋଟି ଲୁଟ୍ ଚାଲିଛି ସେଠି ?ଆମେ ସବୁ ଭାଇ ଭାଇ ! ମିଲି ଭଗତ ରେ ଚାଲିଛି ଲୁଟ ! କହିବା କାହାକୁ ଶୁଣିବ କିଏ ?
ନବୀନ ନନ୍ଦ ପୂର୍ବତନ ବିଧାୟକ ଢ଼େଙ୍କାନାଳ