ଏବିଭିପି ଓଡିଶାର ପୁନଃର୍ବାର ରାଜ୍ୟ ସମ୍ପାଦକ ହେଲେ ଅରିଜିତ୍ :ଢେଙ୍କନାଳର ଅରିଜିତ ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ରୂପେ ପୁନଃନିର୍ବାଚିତ !
ଢେଙ୍କାନାଳ : ଅଧ୍ୟାପିକା ଗାର୍ଗୀ ବାନାର୍ଜୀ ଏବିଭିପି ଓଡ଼ିଶାର ରାଜ୍ୟ ସଭାପତି ଓ ଢେଙ୍କାନାଳର ଅରିଜିତ ପଟ୍ଟନାୟକ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଓଡ଼ିଶାର ରାଜ୍ୟ ସମ୍ପାଦକ ରୂପେ ୨୦୨୩-୨୪ ଶିକ୍ଷା ବର୍ଷ ନିମନ୍ତେ ପୁନଃନିର୍ବାଚିତ ହୋଇଛନ୍ତିା ଏହି ଘୋଷଣା ଏବିଭିପି ଓଡ଼ିଶାର ପ୍ରାନ୍ତ କାର୍ଯ୍ୟାଳୟ ଭୁବନେଶ୍ୱର ଠାରୁ ହୋଇଛି । ପ୍ରାନ୍ତ କାର୍ଯ୍ୟାଳୟରୁ ନିର୍ବାଚନ ଅଧିକାରୀ ସତ୍ୟସତ୍ୟପ୍ରିୟ ଦାସ ଘୋଷଣା କରିବା ସହ ଉପରୋକ୍ତ ଦାୟିତ୍ୱର କାର୍ଯ୍ୟକାଳ ଏକ ବର୍ଷ ରହିବ ବୋଲି ଘୋଷଣା କରିଛନ୍ତି । ଚଳିତ ମାସ୭ ତାରିଖ ଠାରୁ ୧୦ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଥିବା ୬୯ତମ ରାଷ୍ଟ୍ରୀୟ ଅଧିବେଶନର ପ୍ରଥମ ଦିନ ଓଡ଼ିଶାର ରାଜ୍ୟ ଅଧିବେଶନରେ ସେମାନେ ନିଜ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଦ୍ୟାର୍ଥୀ ପରିଷଦର ପ୍ରତି ବର୍ଷ ଦାୟିତ୍ୱ ପରିବର୍ତନ ହୁଏ । ଚଳିତଶିକ୍ଷା ବର୍ଷ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ରାଜ୍ୟ ସମ୍ପାଦକ ରୂପେ ଢେଙ୍କନାଳର ଅରିଜିତ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ନିର୍ବାଚିତହୋଇଛନ୍ତି । ଗତ ୨ ତାରିଖ ଦିନ ଏହି ଘୋଷଣା ଏବିଭିପି ପକ୍ଷରୁ କରାଯାଇଥିଲା । ଅରିଜିତ ପଟ୍ଟନାୟକ ମୂଳତଃ ଢେଙ୍କାନାଳଜିଲ୍ଲାର ନିବାସୀ । ସେ ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ବାଣିଜ୍ୟରେ ସ୍ନାତକ ହେବା ପରେ ବର୍ତମାନ୍ ଆଇନ୍ ବିଭାଗର୨ୟ ବର୍ଷର ଛାତ୍ର । ବିଦ୍ୟାର୍ଥୀ ପରିଷଦ ସହ ସମ୍ପର୍କ ୨୦୧୬ ମସିହାରେ ଯୁକ୍ତ ଦୁଇ ପଢୁଥିବା ସମୟରୁ ହେବା ସହ ୨୦୨୧ ମସିହାରୁପୂର୍ଣ୍ଣକାଳୀନ ରୂପେ ସେ ବିଦ୍ୟାର୍ଥୀ ପରିଷଦରେ କାର୍ଯ୍ୟ କରୁଛନ୍ତି । ଢେଙ୍କାନାଳ ଜିଲ୍ଲାରେ ବହୁ ଛାତ୍ର ଆନ୍ଦୋଳନର ନେତୃତ୍ୱ ନେବା ସହଓଡ଼ିଶାର ବିଭିନ୍ନ ଶିକ୍ଷା ସମସ୍ୟା ବିଷୟରେ ଆନ୍ଦୋଳନ କରି ସମସ୍ୟାର ସମାଧାନ ପାଇଁ ସ୍ୱର ଉତୋଳନ କରିଛନ୍ତି । ପୂର୍ବରୁ ଢେଙ୍କାନାଳନଗର ସମ୍ପାଦକ, ଜିଲ୍ଲା ସଂଯୋଯକ, ରାଜ୍ୟ ସାମାଜିକ ଗଣମାଧ୍ୟମ ସଂଯୋଜକ, ରାଜ୍ୟ ସହ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ ଦାୟିତ୍ୱତୁଲାଇ ସାରିଛନ୍ତି । ସେ ବର୍ତମାନ ୨୦୨୨-୨୩ ଶିକ୍ଷା ବର୍ଷର ଏବିଭିପି ଓଡ଼ିଶାର ରାଜ୍ୟ ସମ୍ପାଦକ ରୂପେ ମଧ୍ୟ ଦାୟିତ୍ୱ ତୁଲାଉଛନ୍ତି ।ଶ୍ରୀ ଅରିଜିତ ଦ୍ୱିତୀୟ ଥର ପାଇଁ ରାଜ୍ୟ ସମ୍ପାଦକ ରୂପେ ନିର୍ବାଚିତ ହୋଇଛନ୍ତି । ଦାୟିତ୍ୱ ପାଇବା ପରେ ଅରିଜିତ କହିଛନ୍ତି ଯେ, ତାଙ୍କଉପରେ ଭରସା ରଖି ସଂଗଠନ ଏତେ ବଡ଼ ଦାୟିତ୍ୱ ଦେଇଥିବାରୁ ସେ ସଂଗଠନ ପ୍ରତି କୃତଜ୍ଞ ଓ ଦାୟିତ୍ୱ ପାଇବା ପରେ ସମସ୍ତ ଜ୍ୟେଷ୍ଠବରିଷ୍ଠ କାର୍ଯ୍ୟକର୍ତା ମାନଙ୍କୁ ଧନ୍ୟବଦ୍ ଜଣାଇଛନ୍ତି ।