ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମର ଶୁଭାରମ୍ଭ !

ଢେଙ୍କାନାଳ : ଓଡିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟ ରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନମାନଙ୍କରେ ଆରମ୍ଭ ହୋଇଥିବା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ଆଂଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ବେଲଟିକିରି ଆନୁକୂଲ୍ୟରେ ଏହାର ଉଦଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ ପ୍ରସାଦ ମିଶ୍ରଙ୍କ ସଭା ପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେଅଧ୍ୟାପକ ବିକାଶ କୁମାର ଦାସ, ଅଧ୍ୟାପକ ଅରୁଣ କୁମାର ସାମଲ ଆଇୱାଇଡିପି ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ପାଇଁ ରହିଥିବା ସୁଯୋଗର ବିନିଯୋଗ କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ସେହିପରି ଅଧ୍ୟକ୍ଷ ଶ୍ରୀ ମିଶ୍ର ଏହି କାର୍ଯ୍ୟକ୍ରମ ଆମ ସରକାରଙ୍କ ଏକଐତିହାସିକ ପଦକ୍ଷେପ ବୋଲି ମତବ୍ୟକ୍ତ କରି ଏହାରି ମାଧ୍ୟମରେ ଛାତ୍ରଛାତ୍ରୀ ମାନେ ନିଜ ପ୍ରତିଭାରପରିଚୟ ଦେବା ସହିତ ରାଷ୍ଟ୍ର ବିକାଶରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପଙ୍କଜ ଚରଣ ଦେହୁରୀ, ଅଧ୍ୟାପିକା ମନ୍ଦାକିନୀ ଦାସ, ଅଧ୍ୟାପିକା ଲୋପାମୁଦ୍ରାବେହେରା ଏବଂ ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.

18 + five =