ହିନ୍ଦୋଳ ରେ ଆମ୍ବେଦକରଙ୍କ ତିରୋଧାନ ଦିବସ ପାଳିତ !

ଢ଼େଙ୍କାନାଳ : ହିନ୍ଦୋଳ ଠାରେ ଆମ୍ବେଦକର ସେବା ସଂଗଠନ ଢ଼େଙ୍କାନାଳ ଓ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ହିନ୍ଦୋଳ ଆନୁକୂଲ୍ୟରେ ଡ଼ଃ.ବାବାସାହେବ ଆମ୍ବେଦକରଙ୍କ ୬୭ ତମ ତିରୋଧାନ ଦିବସ ପାଳିତ ହୋଇଯାଇଛି । ପ୍ରଥମେ ହିନ୍ଦୋଳ ଏନ୍ଏସି କାନ୍ଦରାଶୁଣୀ ଠାରୁ ରାଲି ଆରମ୍ଭ କରି ବସଷ୍ଟାଣ୍ଡ ନିକଟରେ ଥିବା ବାବା ସାହେବ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ଶୋଭାଯାତ୍ରା ରେ ଯୋଗଦାନ କରିଥିବା ମୂଳନୀବାସୀ ଜାଗୃତି ପରିଷଦର କାର୍ଯ୍ୟକର୍ତ୍ତା ମାନେ ମହାପୁରୁଷ ମାନଙ୍କ ସମ୍ବଦ୍ଧରେ ସଂଗୀତ ପରିବେଷଣ କରିଥିଲେ । ତା ପରେ ହିନ୍ଦୋଳ ଟାଉନ୍ ହଲ୍ ଠାରେ ସାମ୍ବାଦିକ ସମ୍ମିଳନୀ କରିବା ସହ ଏକ ବିରାଟ ସଭାର ଆୟୋଜନ କରିଥିଲେ। ହିନ୍ଦୋଳରେ ଏକ ଆମ୍ବେଦକର ଭବନ ନିର୍ମାଣ କରିବାପାଇଁ ସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଗାମୀ ଦିନରେ ଦେଶରେ ଏକତା ଓ ଅଖଣ୍ଡତାକୁ ଅକ୍ଷୁର୍ଣ୍ଣ ରଖିବାପାଇଁ ହିନ୍ଦୋଳର ନାଗରିକ ମାନଙ୍କୁ ଅନୁପ୍ରାଣିତ କରିବାପାଇଁ କାର୍ଯ୍ୟକର୍ତ୍ତା ମାନେ ଯତ୍ନବାନ ହେବେ ବୋଲି ସଂକଳ୍ପ ଗ୍ରହଣ କରିଥିଲେ । ଆମ୍ବେଦକର ଙ୍କ ତ୍ୟାଗ ଓ ବଳିଦାନ ସଂପର୍କରେ ସଂଗଠନ ର ସଭାପତି ତଥା ଆଇନଜୀବୀ ପ୍ରଦ୍ୟୁମ୍ନ କୁମାର ନାଏକ,ନୟା ବାଗିରଥିପୁର ସରପଞ୍ଚ ଜ୍ୟୋତି ନାଏକ, ଧୂର୍ବଚରଣ ବିଶ୍ୱାଳ, କଳାବତୀ ନାଏକ ଓ ପ୍ରଶାନ୍ତ କୁମାର ନାଏକ ପ୍ରମୁଖ ଆଲୋକପାତ କରିଥିଲେ । ଲୋକପ୍ରତିନିଧି ଓ ବିଭାଗୀୟ ଅଧିକାରୀ ମାନେ ଆମ୍ବେଦକର ଙ୍କ ପ୍ରତି ଉଦାସୀନତା ପୋଷଣ କରିବା ନୀତିକୁ ନିନ୍ଦା କରିଥିଲେ। ପରିଶେଷରେ ସଂଗଠନ ର ସମ୍ପାଦକ ତଥା ଆଇନଜୀବୀ ଚିତ୍ରସେନ ନାଏକ ସଂଗଠନ ର ଆଭିମୁଖ୍ୟ ଓ ବିବରଣୀ ପ୍ରଦାନ କରି ସଭାକାର୍ଯ୍ୟ ସମାପ୍ତ କରିଥିଲେ ।

Leave A Reply

Your email address will not be published.

17 + 17 =