ଢେଙ୍କାନାଳ : ବିଶ୍ୱ ଏଡ଼ସ ଦିବସ ପାଳନ ଅବସରରେ ଆରୋଗ୍ୟମ ଯୋଗ ଏବଂ ୱେଲଫେୟାର ଆସୋସିଏସନ (ଆଇୱା),
ଢେଙ୍କାନାଳ ର କର୍ମକର୍ତା ମାନଙ୍କ ଦ୍ୱାରା ଢେଙ୍କାନାଳ ଟାଉନ କୁଞ୍ଜକାନ୍ତ ସ୍ଥିତ ଚନ୍ଦ୍ରଶେଖର ଆଇ.ଟି.ଆଇ ଠାରେ ଏଡ଼ସ ସମ୍ବନ୍ଧୀୟଏକ ଜନସଚେତନତା କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖର ଆଇ.ଟି.ଆଇର ଅଧ୍ୟକ୍ଷା ସସ୍ମିତା ଦାସଙ୍କସମେତ ସମସ୍ତ ଛାତ୍ର, ଶିକ୍ଷକ, ଶିକ୍ଷୟତ୍ରୀ, ଅନୁଷ୍ଠାନର ଅନ୍ୟ ସହକର୍ମୀ ଏବଂ ଆଇୱାର ନିର୍ଦ୍ଦେଶିକା ଅନସୂୟା ମିଶ୍ର, ସମ୍ପାଦକ
ପ୍ରଭାସ ଚନ୍ଦ୍ର ପାଢ଼ୀ, କୋଷାଦ୍ଧକ୍ଷ ତୟୁବ ଅନସାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉପସ୍ଥିତ ସମସ୍ତ ଛାତ୍ର ଏବଂ ଅନ୍ୟମାନଙ୍କ ମଧ୍ୟରେ
ଏଡ଼ସ ସମ୍ବନ୍ଧୀୟ ଏକ ସଚେତନତା ସୃଷ୍ଟି କରିବା ପ୍ରରିପ୍ରେକ୍ଷୀରେ ଆଇୱା, ଢେଙ୍କାନାଳର ନିର୍ଦ୍ଦେଶିକା ଏଡ଼ସ ତଥା ଏଚଆଇଭି ର
ସଂକ୍ରମଣ ଓ ନିରାକରଣ ଉପରେ ଏକ ବିସୃତ ବିବରଣୀ ଦେଇଥିଲେ ଏବଂ ଛାତ୍ର ଜୀବନକୁ କିପରି ଶୃଙ୍ଖଳିତ କରି ନିଜର ଲକ୍ଷ୍ୟସ୍ଥଳରେପିଲାମାନେ ପହଞ୍ଚିପାରିବେ ସେ ବିଷୟରେ ଆଲୋକପାତ କରିଥିଲେ । ତା ସହିତ ନିୟମିତ ଯୋଗ ଅଭ୍ୟାସ ଦ୍ୱାରା ଆମେ କିପରିଶାରୀରିକ ଓ ମାନସିକ ସୁସ୍ଥତା ପାଇବା ସଙ୍ଗେ ସଙ୍ଗେ ନିଜର ବୌଦ୍ଧିକ ବିକାଶ କରିପାରିବା ଏବଂ ଜୀବନରେ ଯେ କୌଣସିପରିସ୍ଥିତିର ସାମନା କରିବା ପାଇଁ ଭୟଭୀତ ହେବା ନାହିଁ, ସେ ବିଷୟରେ ଆଲୋଚନା କରିଥିଲେ । ପରିଶେଷରେ ଆଇୱା
ଢେଙ୍କାନାଳର ସମ୍ପାଦକ ଶ୍ରୀ ପ୍ରଭାସ ଚନ୍ଦ୍ର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ଟି କୁ ଚନ୍ଦ୍ରଶେଖର ଆଇ ଟି ଇ ର
ସ୍ୱରୂପ ସାର ପରିଚାଳନା କରିଥିଲ ।