ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ ଦ୍ୱାରା ନୂଆ-ଓ କାର୍ଯ୍ୟକ୍ରମଅଧୀନରେ ସାକ୍ଷରତା ଅଭିଯାନ ପାଳିତ !
ଢେଙ୍କାନାଳ : ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅଧୀନରେ ସୋସିଆଲ୍ ୱାର୍କ ଏବଂ ଏକ୍ଟିଭିଟିସ୍ ଅନ୍ତର୍ଗତଏକ ସାକ୍ଷରତା ଅଭିଯାନ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦ୍ୱାରା କରାଯାଇଛି । ଅଧ୍ୟକ୍ଷ ଡ. ରାମଚନ୍ଦ୍ରମଲ୍ଲିକଙ୍କ ନିର୍ଦ୍ଦେଶରେ ଏହି ସାକ୍ଷରତା ଅଭିଯାନରେ ଅଧ୍ୟାପକ, ଅଧ୍ୟାପିକା ଏବଂ ସ୍ୱେଚ୍ଛାସେବୀ ଛାତ୍ରୀମାନେ ଯୋଗଦେଇଥିଲେ । ଏହିସାକ୍ଷରତା ଅଭିଯାନ ଦ୍ୱାରା ଅଧ୍ୟାପକ, ଅଧ୍ୟାପିକା ଏବଂ ଛାତ୍ରୀମାନେ ସିମିଳିଆ ଅଂଚଳର ଶବରସାହିକୁ ଯାଇ ସେଠାରେ ଉପସ୍ଥିତଥିବା ଜନସାଧାରଣଙ୍କୁ ସାକ୍ଷରତା ଏବଂ ଶିକ୍ଷାର ମହତ୍ୱ ସମ୍ପର୍କରେ ଅବଗତ କରାଇବା ସହ କୁନିପିଲାଙ୍କୁ ଛବିଳ ମଧୁ ବର୍ଣ୍ଣବୋଧ, ଡ୍ରଇଁଖାତା, କଲମ, ପେନ୍ସିଲ୍ ଇତ୍ୟାଦି ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ଏଥିସହ ସେଠାରେ ଉପସ୍ଥିତ ସମସ୍ତଙ୍କୁ ସମାଜ ସେବାରେନିଜକୁ ସାମିଲ୍ କରିବା ପାଇଁ ପ୍ରେରଣା ଦେଇଥିଲେ । ନୂଆ-ଓ କାର୍ଯ୍ୟକ୍ରମର ନୋଡାଲ୍ ଡ. ସାଗରିକା ପଣ୍ଡା ଏବଂ ଅଧ୍ୟାପକ ପଙ୍କଜବାରିକ୍ ଏହି ସାକ୍ଷରତା ଅଭିଯାନକୁ ସଫଳତାର ସହ ପରିଚାଳନା କରିଥିଲେ । ଏହି ଅଭିଯାନ ସମୟରେ ବିଜେଡିର ଯୁବନେତାସନ୍ତୋଷ କୁମାର ଦେହୁରୀ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ତାଙ୍କର ପୂର୍ଣ୍ଣ ସହାୟତା ପ୍ରଦାନ କରିଥିଲେ ।