ଢେଙ୍କାନାଳ: ରବିବାର ପ୍ରକାଶ ପାଇଥିବା ବିଧାନସଭା ନିର୍ବାଚନରେ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡରେ ବିଜେପିରବିପୁଳ ବିଜୟ ପାଇଁ ଢେଙ୍କାନାଳ ବିଜେପି ଆଜି ବିଜୟ ଉତ୍ସବ ପାଳନ କରିଛି । ପୂର୍ବତନ ବିଧାୟକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟକୃଷ୍ଣଚନ୍ଦ୍ର ପାତ୍ରଙ୍କ ନେତୃତ୍ୱରେ ଆଜି ସଂଧ୍ୟାରେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ସମ୍ମୁଖରେ ନେତୃବୃନ୍ଦ ଓ କାର୍ଯ୍ୟକର୍ତାମାନେ ଏକତ୍ରିତ
ହୋଇ ବାଜା ବଜାଇ, ବାଣ ଫୁଟାଇବା ସହ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଆନନ୍ଦ ଉଲ୍ଲାସରେ ପରସ୍ପରଙ୍କୁ ମିଠା
ବାଂଟିବା ସହ ଜନସାଧାରଣଙ୍କୁ ମଧ୍ୟ ମିଷ୍ଟାନ୍ନ ବଂଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ
କୃଷକ ମୋର୍ଚ୍ଚା ପୂର୍ବତନ ଉପ-ସଭାପତି ରାମଚନ୍ଦ୍ର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିରୋଜ ନଳିନୀ ମହାଳିକ, ଜିଲ୍ଲା ମିଡିଆ
ପ୍ରଭାରୀ ନବକିଶୋର ଗୁରୁ, ଜିଲ୍ଲା ଉପସଭାପତି ସନାତନ ବେହେରା, ଅନୁସୂଚିତ ଜାତି ଜିଲ୍ଲା ସଭାପତି ଲକ୍ଷ୍ମୀଧର ଦଳେଇ, ଯୁବମୋର୍ଚ୍ଚାରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟରଞ୍ଜନ ଭୂୟାଁ, ନଗର ସଭାପତି ଧୃବଚରଣ ସ୍ୱାଇଁ, ପୂର୍ବତନ ନଗର ମଣ୍ଡଳ ସଭାପତି ନିରୋଦକୁମାର ସାହୁ, ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ସସ୍ମିତା ସାମଲ, ଜିଲ୍ଲା ସମ୍ପାଦିକା ଅନିତା ଦାସ, ମହିଳା ମୋର୍ଚ୍ଚା ସମ୍ପାଦିକାମଧୁସ୍ମିତା ପୁହାଣ, ବରିଷ୍ଠ ନେତା ରମେଶ ଚନ୍ଦ୍ର ସାମଲ, ଶିବ ପ୍ରସାଦ ସାହୁ, ଦୀପକ ପ୍ରସାଦ ପଟ୍ଟନାୟକ, ନିରଞ୍ଜନ ଦାସ, ବିଭୁତିଭୂଷଣ ଷଣ୍ଢ, ସୁଚିତ୍ର ବେହେରା, ରାଜେନ୍ଦ୍ର ବେହେରା, ବିକାଶ ସାହୁ, ପ୍ରଦୀପ ମଲ୍ଲିକ, ପ୍ରସନ୍ନ ମହାନ୍ତି, ଅନୁସୂୟା ବେହେରା, ଦୀପକମଙ୍ଗରାଜ, ରମଣି ରଂଜନ ଦାସ, ସନ୍ତୋଷ ରାଉତ, ବଳରାମ ସେଠୀ, ଗଦାଧର ସାହୁ, ବାଉରିବନ୍ଧୁ ବାରିକ, ପ୍ରତାପ ସାହୁ, ପ୍ରତାପନାଏକ, ଅକ୍ଷୟ କୁମାର ସାହୁ, ଦୀପକ ପଟ୍ଟନାୟକଙ୍କ ସମେତ ବହୁ କାର୍ଯ୍ୟକର୍ତା ବିଜୟ ଉତ୍ସବରେ ସାମିଲ୍ ଥିଲେ ।