ବୃତିଗତ ପରାମର୍ଶ କର୍ମଶାଳା !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ଜିଏମ୍‌ଆର୍ ଏନର୍ଜୀ ଡେଭେଲପ୍‌ମେଂଟ୍ ସେଣ୍ଟର ପରିସରରେ ଶୁକ୍ରବାର +୩ ଡିପ୍ଲୋମା, ଆଇଟିଆଇ ପାସ୍ କରିଥିବା ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଏକ ବୃତିଗତ ପରାମର୍ଶକର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି । ଏହି କର୍ମଶାଳାଟି “ନିଶ୍ୱାର୍ଡ” ସାମାଜିକ ସେବା ଅନୁଷ୍ଠାନ ଓ ଜିଏମ୍‌ଆର୍ କମଳାଙ୍ଗଏନର୍ଜୀ ଲିମିଟେଡ୍‌ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ “ନିଶ୍ୱାର୍ଡ” ଅନୁଷ୍ଠାନରନିର୍ଦ୍ଦେଶକ ରୁଦ୍ର ନାରାୟଣ ଷଡଙ୍ଗୀ ସଭାର ଆଭିମୁଖ୍ୟ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେକଂପାନୀର ସିଏସ୍‌ଆର ମୁଖ୍ୟ ଅଧିକାରୀ ଦିଲ୍ଲୀପ କର ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିଥିଲେ ଏବଂପାଠପଢା ପରେ କେଉଁ କେଉଁ କ୍ଷେତ୍ରରେ ନିଯୁକ୍ତିର ସୁଯୋଗ ପାଇପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ
ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ କଂପାନୀର ମାନବ ସମ୍ବଳର ମୁଖ୍ୟ ଅଧିକାରୀ ରବି ରେଡ୍ଡି ଛାତ୍ରଛାତ୍ରୀମାନଙ୍କୁ
କିପରି କଠିନ ପରିଶ୍ରମ ଓ ପ୍ରତିବଦ୍ଧତାକୁ ଅସ୍ତ୍ର କରି ଲକ୍ଷ୍ୟ ହାସଲ ନିମନ୍ତେ ପରାମର୍‌ଶ ଦେଇଥିଲେ । ଅନ୍ୟତମ ଅତିଥିସମ୍ବଳ ବ୍ୟକ୍ତି ଭାବେ ସିତିଶ୍ ପୁହାଣ ଯୋଗଦେଇ ନିଯୁକ୍ତିର ବିଭିନ୍ନ ପରିସର ସଂପର୍କରେ ଆଲୋକପାତ କରିଥିଲେ । ଏହିକର୍ମଶାଳାରେ କଂପାନୀର ସିଏସ୍‌ଆର୍ ବିଭାଗର କର୍ମଚାରୀଗଣ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କର୍ମଶାଳାରେକଂପାନୀ ପରିସର ଅନ୍ତର୍ଭୁକ୍ତ ଗ୍ରାମମାନଙ୍କରୁ ୫୩ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ପରିଶେଷରେ ଅନୁଷ୍ଠାନର ନିର୍ଦ୍ଦେଶକରୁଦ୍ର ନାରାୟଣ ଷଡଙ୍ଗୀ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ବୈଷୟିକ ଓ ପେଷାଗତ ଶିକ୍ଷା ବିଷୟରେ ବାର୍ତା ରଖିଥିଲେ ଏବଂଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଦିଗ୍‌ଦର୍ଶନ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − nineteen =