ବନାୟନ ପ୍ରକଳ୍ପ ଓ କଳିଙ୍ଗ ଚକ୍ଷୁ ହସ୍ପିଟାଲ୍ର ମିଳିତ ସହଯୋଗରେ ଢେଙ୍କାନାଳ ବନଖଣ୍ଡ ଅଂଚଳରେ ଚକ୍ଷୁ ଚିକିତ୍ସା ଶିବିର !
ଢେଙ୍କାନାଳ : ୭ଟି ନିଶୁଳ୍କ ଚକ୍ଷୁ ପରୀକ୍ଷାକେନ୍ଦ୍ର କଳିଙ୍ଗ ଚକ୍ଷୁ ହସ୍ପିଟାଲ୍, ଢେଙ୍କାନାଳ ଦ୍ୱାରା ଜିଲ୍ଲା ବନାୟନ ପ୍ରକଳ୍ପ ସହାୟତାରେ ଜିଲ୍ଲାର ସଦର, ଷଢଙ୍ଗୀ, କପିଳାସ, ହିନ୍ଦୋଳ, କାମାକ୍ଷାନଗର ପୂର୍ବ ଓ କାମାକ୍ଷାନଗର ପଶ୍ଚିମ ବନାଂଚଳ ଅଧିନରେ ଥିବା ବନ ସୁରକ୍ଷା ସମିତି ଅଂଚଳରେ ଅନୁଷ୍ଠିତହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଦୁର୍ଗମ ଜଙ୍ଗଲ ଅଂଚଳରେ ବସବାସ କରୁଥିବା ବ୍ୟକ୍ତିମାନଙ୍କୁ ଚକ୍ଷୁ ଚିକିତ୍ସାସହ ଦୃଷ୍ଟିଶକ୍ତି ଫେରାଇ ଆଣିବାରେ ସହଯୋଗ କରିବା । ମୋଟ୍ ୫୦୧ ଜଣ ଚକ୍ଷୁ ରୋଗୀଙ୍କୁ ଚକ୍ଷୁ ଚିକିତ୍ସା ସେବା ଯୋଗାଇଦେବା ସହ ୨୦୦ଜଣଙ୍କୁ ଚଷମା ବଂଟନ କରାଯାଇଥିଲା । ୯୧ଜଣ ମୋତିଆ ବିନ୍ଦୁ ରୋଗୀ ଚିହ୍ନଟ କରାଯାଇ ପ୍ରଥମପର୍ଯ୍ୟାୟରେ ୩୧ଜଣଙ୍କର ସଫଳ ଅସ୍ତ୍ରୋପଚାର କରାଯାଇଛି ଏବଂ ୩୨ଜଣଙ୍କର ଆବଶ୍ୟକତାକୁ ଭିତି କରି କଳିଙ୍ଗ ଓ
ବିଭିନ୍ନ ଚକ୍ଷୁ ହସ୍ପିଟାଲ୍କୁ ରେଫର କରାଯାଇଛି । ଉକ୍ତ କାର୍ଯ୍ୟକ୍ରମକୁ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ସୁମିତ୍ କରଙ୍କ ସମେତ
୬ଜଣ ବନାଞ୍ଚଳ ଅଧିକାରୀ, ଉଭୟ ବିଷୟ ବସ୍ତୁ ବିଶେଷଜ୍ଞ, ବନାଂଚଳ ସଂଯୋଜକ ଓ ସହଯୋଗୀ ସ୍ୱେଚ୍ଛାସେବୀ ସଂଗଠନ
ନିଶାଦ୍ରୀର ଦଳପତି ଓ ବିକାଶ ଅଧିକାରୀମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପରିଚାଳିତ ହୋଇଥିଲା । କଳିଙ୍ଗ ଚକ୍ଷୁ ହସ୍ପିଟାଲ୍ର
ସମସ୍ତ ଚକ୍ଷୁ ଚିକିତ୍ସା ସମ୍ବନ୍ଧୀୟ ସେବା ଯୋଗାଇ ଦେଇଥିଲେ ଏବଂ ଏହାର ପରିଚାଳନା ନିର୍ଦ୍ଦେଶକ ସାରଙ୍ଗଧର ସାମଲଆଗାମୀ ଦିନରେ ସମସ୍ତ ୧୫୦ଟି ବନ ସୁରକ୍ଷା ସମିତିରେ ଥିବା ଚକ୍ଷୁରୋଗୀଙ୍କୁ ସେବା ଯୋଗାଇ ଦେବା ପାଇଁ ଦୃଢ ପ୍ରତିଶ୍ରୁତି
ଦେଇଥିଲେ