ଢ଼େଙ୍କାନାଳ : ଶ୍ରୀମନ୍ଦିର ଚାରିଦ୍ଵାର ଖୋଲିବା, ଭକ୍ତ ମାନଙ୍କ ପ୍ରବେଶ, ରତ୍ନଭଣ୍ଡାର ଖୋଲିବା ଓ ଜଗନ୍ନାଥ ମହାପ୍ରଭୁଙ୍କ ଭୂ-ସଂପତ୍ତି ସମସ୍ୟାର ସ୍ଥାୟୀ ସମାଧାନ ଆଦି ଦାବିରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରାଜ୍ୟର ସମସ୍ତ ଜାଗାରେ କଂଗ୍ରେସ ସଂକୀର୍ତ୍ତନ କରି ପ୍ରତିବାଦ କରିଛି। ସେହିପରି ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ୍ ର ଜଗନ୍ନାଥ ମନ୍ଦିର ସାମ୍ନାରେ ହିନ୍ଦୋଳ କଂଗ୍ରେସ ପକ୍ଷରୁ ସଂକୀର୍ତ୍ତନ ସତ୍ୟାଗ୍ରହ ପାଳନ କରାଯାଇଛି । ଏଥିରେ ହିନ୍ଦୋଳ ବ୍ଳକ୍ କଂଗ୍ରେସ ସଭାପତି ଛବିରାଜ ବିଶ୍ୱାଳ,କଂଗ୍ରେସ ନେତା ତ୍ରିନାଥ ବେହେରା, ବିଶ୍ୱେଶ୍ୱର ସେଠି, ସୁବାସ ଚନ୍ଦ୍ର ପାଳ, ପ୍ରକାଶ ପରିଡା, ବିଜେନ୍ଦ୍ର ଦାସ, ସୁରେନ୍ଦ୍ର ପଟ୍ଟନାୟକ ଓ ଭରତ ପ୍ରଧାନ ଙ୍କ ସମେତ ଦଳର ବହୁ କର୍ମୀ ଯୋଗ ଦେଇଥିଲେ ।