ଢେଙ୍କାନାଳ- ଚଳିତ ମାସ ୫ ତାରିଖ ଦିନ ରାଜ୍ୟସରକାରଙ୍କ ପୂର୍ବତନ ମନ୍ତ୍ରୀ ଭଟଲିର ବିଧାୟକସୁଶାନ୍ତ ସିଂ, ବିଜୁ ଜନତା ଦଳର ଶତାଧିକ କର୍ମୀଙ୍କୁ ନେଇ ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ଥାନାରେ ଭଙ୍ଗାରୁଜା କରିକାର୍ଯ୍ୟରତ ପୋଲିସ ଅଧିକାରୀ ମାନଙ୍କୁ ମରଣାନ୍ତକାରୀ ଆକ୍ରମଣ କରିଛନ୍ତି । ଏହା ପ୍ରତିବାଦରେ ରାଜ୍ୟ ଯୁବମୋର୍ଚ୍ଚା ସଭାପତିଅଭିଳାଷ ପଣ୍ଡା ଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଯୁବମୋର୍ଚ୍ଚା ତରଫରୁ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ମହାଦୀପ ଯଶୋବନ୍ତ ମହିମା ଙ୍କନେତୃତ୍ୱରେ ଏକ ପ୍ରତିନିଧି ଦଳ ଢେଙ୍କାନାଳ ଜ଼ିଲ୍ଲା ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାପାତ୍ରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରଗଲା ।ସୂଚନା ଥାଉ କି ବିଜେଡିର ଗୁଣ୍ଡା ନେତା, ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ ଙ୍କ ବିପକ୍ଷରେ ଅନେକ ଅପରାଧିକ ମାମଲା ରୁଜୁ ହେଇଥିବାସତ୍ୱେ କୌଣସି ପ୍ରକାରର ଯାଂଚ୍ କରାଯାଉ ନଥିବା ରାଜ୍ୟ ସରକାରଙ୍କ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି । ଏଥିରେ ରାଜ୍ୟ ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ରମ୍ୟ ରଞ୍ଜନ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ରଞ୍ଜିତ ବିଶାଳ, ଜିଲ୍ଲା ସୋସିଆଲ ମିଡ଼ିଆ
ସଂଯୋଜକ ସୁଚିତ୍ର ବେହେରା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ମହାଦେବ ପାତ୍ର, ସୂର୍ଯ୍ୟପ୍ରତାପ ରାଉତ, ଜିତୁନ ସ୍ୱାଇଁ, ରାଜ୍ୟ ଯୁବମୋର୍ଚ୍ଚସଂଯୋଜକ ସଂଜୀବ ପଣ୍ଡା, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଅନିମେଶ ଚାନ୍ଦ, ଦେବାଶିଷ ପାଣି ପ୍ରମୁଖ ଉପସ୍ଥିତ ଥିଲେ ।