ଦୁର୍ନୀତି ବିରୋଧରେ ଲଢେଇ ପାଇଁ ସାମୁହିକ ପ୍ରଚେଷ୍ଟା ଏବଂ ଉଦ୍ୟମ ଦରକାର !

ଢେଙ୍କାନାଳ : ଓଡିଶା ଦୁର୍ନୀତି ସଂଘର୍ଷ ମଞ୍ଚ , ମିଳିତ ଓଡିଶା ନିଶା ନିବାରଣ ଓ ସୌନ୍ଦର୍ଯ୍ୟା ପକ୍ଷରୁ ଦୁର୍ନୀତି ବିରୋଧରେ ଖୁବ୍‌
ଜୋରରେ ସ୍ୱର ଉତଳନ କରାଯାଇଛି । ମଞ୍ଚର ରାଜ୍ୟଶାଖାର ସଭାପତି ତଥା ଅବସରପ୍ରାପ୍ତ ଜିଲ୍ଲା ଜଜ୍ ଉମା ପ୍ରସାଦ ମିଶ୍ର କହିଲେ ଯେ,ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଚାକିରୀରୁ ଇସ୍ତଫା ଦେଇଥିଲି । ଦୁର୍ନୀତି ବିରୋଧରେ ଲଢେଇ ପାଇଁ ଗୋଷ୍ଠୀଗତ ଓ ସାମୁହିକପ୍ରଚେଷ୍ଟା ଲୋଡା । ଉକ୍ତ ସଭାରେ ଢେଙ୍କାନାଳ ଜିଲ୍ଲା ଦୁର୍ନୀତି ବିରୋଧି ମଞ୍ଚର ସଭାପତି ଅଜୟ ମିଶ୍ର କହିଲେ ଜିଲ୍ଲାରେ ପୂର୍ବରୁ ନିଯୁକ୍ତିପାଇଥିବା ପ୍ରଶାସନିକ ଅଧିକାରୀମାନେ ଉକ୍ତ ଜିଲ୍ଲାର ଜିଲ୍ଲାପାଳ ହୋଇପାରିବେ ନାହିଁ ଏବଂ ସେ ତାଙ୍କର ଦୁର୍ନୀତି ବିରୋଧରେ ସଂଗ୍ରାମକରିବାର ସଂପୂଣ୍ଣ ବିବରଣୀ ପ୍ରଦାନ କରିଥିଲେ । ଉକ୍ତ ମଂଚର ଉପସଭାପତି ଆଡଭୋକେଟ୍ ସୁଧିର ମହାନ୍ତି କହିଲେ ଯେ, ସନ୍ଥକବିଭୀମଭୋଇଙ୍କ ପଂକ୍ତି ଉଧାର କରି କହିଥିଲେ, \”ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ\’ । ଜିଲ୍ଲା ଭିଜିଲାନ୍ସ ମହିଳା
ଅଧିକାରୀ କହିଲେ ଯେ ୫ଲକ୍ଷ ଟଙ୍କାର ଦୁର୍ନୀତି ହୋଇଥିଲେ ମଧ୍ୟ ଉକ୍ତ ବିଭାଗ ତରଫରୁ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ । ମଂଚର
ଉପସଭାପତି ସରୋଜ ଶତପଥୀ ଦୁର୍ନୀତି ରାଷ୍ଟ୍ରର ପ୍ରଗତୀରେ ବାଧକ । ଆଡଭୋକେଟ୍ ମନୋରଞ୍ଜନ ପଟ୍ଟନାୟକ କହିଲେ ଦାବି ହାସଲରଗୋଟିଏ ବାଟ ଲଢେଇ ଓ ଧର୍ମଘଟ । ମହିଳା ସଂଗଠନ ସୌନ୍ଦର୍ଯ୍ୟାର ସଭାନେତ୍ରୀ ସ୍ମିତାରାଣୀ ସାମଲ କହିଥିଲେ ଯେ, ଓଡିଶାର ସମସ୍ତନାରୀ ସଂଗଠନ ଏକାଠି ହୋଇ ସଂପୂର୍ଣ୍ଣ ମଦ ବନ୍ଦ ପାଇଁ ଆହ୍ୱାନ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ଅକ୍ଟୋବର ୨୯ ତାରିଖରେ ଉଦ୍‌ଘାଟନହୋଇଥିବାବେଳେ ନଭେମ୍ବର ୬ ତାରିଖରେ ଉଦ୍‌ଯାପନ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ,ଆଡଭୋକେଟ୍ ଦୀପ୍ତିଶ ପ୍ରସାଦ ପଟ୍ଟନାୟକ, ଓଡିଶା ସାହିତ୍ୟ ଏକାଡେମୀର ରାଜ୍ୟ ସଦସ୍ୟ ବାହାଦୂର ପାଟ୍ଟସାହାଣି, ମଂଚର ସଦସ୍ୟ ରୁଦ୍ରପ୍ରସାଦ ଶରଣ, ଅଶୋକ ନାୟକ, ଡମ୍ବରୁଧର ସେଠି, କାମାକ୍ଷା ପ୍ରସାଦ ବିହାରୀ, ଦୀତେଶ ମଲ୍ଲିକ ପ୍ରମୁଖ ଦୁର୍ନୀତି ବିରୋଧ ବହୁ ମୂଲ୍ୟବାନ
ପରାମର୍ଶ ଦେଇଥିଲେ । ଶେଷରେ ରୁଦ୍ର ପ୍ରସାଦ ଶରଣ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

12 − ten =