ଦୁଇଟି ସେତୁ ନିର୍ମାଣ ପାଇଁ ୪ କୋଟି ଟଙ୍କା ମଞ୍ଜୁର ହୋଇଥିବା ରୁ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ କୃତଜ୍ଞତା ଜ୍ଞାପନ !
ଢ଼େଙ୍କାନାଳ : ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜରିଆରେ ଭୁବନ ବ୍ଲକ ବାରୁଆଁ (ବି) ଏବଂ ଧଳପଡା ପଞ୍ଚାୟତ ରେ ଦୁଇଟି ସେତୁ ନିର୍ମାଣ ପାଇଁ ୪.୫୭ କୋଟି ଟଙ୍କା ମଞ୍ଜୁର ହୋଇଛି । ଏଥି ସକାଶେ ଭୁବନ ବ୍ଲକ ୨ ନମ୍ୱର୍ ଜୋନ ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ନେତୃତ୍ୱରେ ବାରୁଆଁ (ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ଓ ଧଳପଡା ସରପଞ୍ଚ ଶ୍ରୀନିବାସ ବେହେରା ଙ୍କ ସମେତ ଦର୍ଜନୀ ଓ ବାରୁଆଁ ଗ୍ରାମର ଜନସାଧାରଣ ଓ ଚାଷୀ ଭାଇ ମାନେ ଆଜି ଗୁରୁବାର ଦିନ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଙ୍କୁ ସାକ୍ଷାତ କରି ପୁଷ୍ପଗୁଛ ପ୍ରଦାନ କରି ଗଭୀର କୃତଜ୍ଞତା ଜଣାଇଛନ୍ତି।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୫ଟି ଅଧ୍ୟକ୍ଷ ଭି କେ ପାଣ୍ଡିୟାନ କାମାକ୍ଷାନଗର ରେ ଜନ ଶୁଣାଣି ପାଇଁ ଆସିଥିବା ବେଳେ ଧନେଇ ନାଳ ଉପରେ ୨ ଟି ସେତୁ ନିର୍ମାଣ କରିବା ପାଇଁ ଗ୍ରାମବାସୀ ଙ୍କ ତରଫରୁ ନିବେଦନ କରାଯାଇଥିଲା । ଏହାକୁ ଗ୍ରହଣ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ସେତୁ ନିର୍ମାଣ ପାଇଁ ୪.୫୭ କୋଟି ଟଙ୍କା ମଞ୍ଜୁର କରିଥିବାରୁ ଗ୍ରାମବାସୀ ମାନେ ମନ୍ତ୍ରୀ ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଓ ୫ ଟି ସଚିବ ଙ୍କୁ ଧନ୍ୟବାଦ ଦେବା ସହିତ କୃତଜ୍ଞତା ଜ୍ଞାପନ କରିଥିଲେ। ଏହି ସେତୁ ନିର୍ମାଣ ହେଲେ ଦର୍ଜନୀ ରୁ କାଙ୍କଡ଼ପାଳ ଓ ବାରୁଆଁ ରୁ ଧଳପଡା ଗ୍ରାମକୁ ଗମନା ଗମନ ସୁବିଧା ହୋଇ ପାରିବ।