ଢ଼େଙ୍କାନାଳ : ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଜନ୍ମ ଜୟନ୍ତୀ ଅବସରରେ ଗଣ ଦୌଡ ଓ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ଜାତୀୟ ସେବା ଯୋଜନା, ନେହେରୁ ଯୁବ କେନ୍ଦ୍ର ଓ ବିକାଶ ଫାଉଣ୍ଡେସନ ଟ୍ରଷ୍ଟ ଆନୁକଲ୍ୟରେ ମହିଳା ମହାବିଦ୍ୟାଳୟ,ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ,ଭୁବନ ଉଚ୍ଚ ବିଦ୍ୟାଳୟ , ନୂଆ ଭୁବନ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ସହ ଶତାଧିକ ଯୁବକ ସ୍ଥାନୀୟ ପାଲାମଣ୍ଡପ ଠାରେ ସକାଳ ୭ ଘଟିକା ସମୟରେ ଏକତ୍ରିତ ହୋଇ କାଳୀ ବଜାର,ନୂଆ ବଜାର,ଗୁକୁରି ହାଟ,ଜଗନ୍ନାଥ ମନ୍ଦିର ଦେଇ ବୁଦ୍ଧେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଗଣ ଦୌଡ କରିଥିଲେ । ବୁଦ୍ଧେଶ୍ଵର ମନ୍ଦିର ପରିସରରେ ଅଧ୍ୟାପକ ଦିଲ୍ଲୀପ କୁମାର ଦାସ ଙ୍କ ଅଧ୍ୟକ୍ଷତାରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଥିଲା । ଏଥିରେ ପୂର୍ବତନ ବାୟୁ ସେନା ଅଧିକାରୀ ପ୍ରଫୁଲ୍ଲ କୁମାର ଦାଶ ମୁଖ୍ୟ ଅତିଥି ଓ ପ୍ରେମାନନ୍ଦ ଜେନା,ଶତ୍ରୁଘ୍ନ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ସ୍ମୃତି ଚାରଣ କରି ” ଏକ ଭାରତ,ଶ୍ରେଷ୍ଠ ଭାରତ” ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ନିରଞ୍ଜନ ଗୁରୁ,ରଣଜିତ୍ ସାହୁ,ସୁଶାନ୍ତ ଗୁରୁ,ଦିଲ୍ଲୀପ ଗୁରୁ ,ନିର୍ମଳ ଗୁରୁ ପରିଚାଳନା କରିଥିଲେ ।