ଢ଼େଙ୍କାନାଳ : ଭୁବନ ଏନ୍. ଏ. ସି. ଅନ୍ତର୍ଗତ ୭ ନମ୍ୱର ୱାର୍ଡ ମୋଚି ସାହି ରେ ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ୫୭ ଲିଟର ବେଆଇନ ଦେଶୀ ମଦ ଜବତ କରାଯିବା ସହିତ ଜଣେ ମହିଳା ଙ୍କ ସହ ୨ ଜଣ ପୁରୁଷ ଙ୍କୁ ଗିରଫ କରାଯାଇଛି। ପାର୍ବଣ କୁ ନିଶାମୁକ୍ତ କରିବାକୁ ଅବକାରୀ କମିଶନର ନରସିଂହ ଭୋଳ,ଜିଲ୍ଲାପାଳ ସରୋଜ କୁମାର ସେଠୀ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି । ଏଥି ପାଇଁ ଭୁବନ ଅବକାରୀ ବିଭାଗ ପକ୍ଷରୁ ରୀତିମତ ଚଢ଼ାଉ ଚାଲିଛି । ମୋଚି ସାହିର ମିନତୀ ସାହୁ ଙ୍କ ନିକଟରୁ ୨୦ ଲିଟର, ଚୁଗୁଲୀ ସାହୁ ଙ୍କ ନିକଟରୁ ୧୮ ଲିଟର ଏବଂ ନିରୋଦ ସାହୁ ଙ୍କ ନିକଟରୁ ୧୯ ଲିଟର ଦେଶୀ ମଦ ଜବତ କରାଯାଇ ସେମାନଙ୍କୁ ଗିରଫ କରାଯାଇଛି। ଅବକାରୀ ଏସ ଆଇ ସୌରଭ ମିଶ୍ର, ଏ ଏସ ଆଇ ବିଶ୍ଵ ରଞ୍ଜନ ନାଥ ଙ୍କ ନେତୃତ୍ୱ ରେ କନଷ୍ଟେବଳ ଗୋଲାପ ସାହୁ ,ପ୍ରେମାନନ୍ଦ ବେହେରା, ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଏହି ଚଢାଉ ରେ ସାମିଲ ଥିଲେ ।