ବିଭିନ୍ନ ପୂଜା ମଣ୍ଡପ ବୁଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ !

ଢ଼େଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ରାସୋଳ କୁ ଦିନିକିଆ ଗସ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତାବିକାଶ ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସି ସେଠାରେ ସେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ବିଭିନ୍ନ ପୂଜା ମଣ୍ଡପ ବୁଲିବା ସହ ମାଆଙ୍କ ଦର୍ଶନ କରିଥିଲେ। ପ୍ରଥମେ ରାସୋଳ ନିକଟସ୍ଥ ନାଉକିଆରୀ ପୂଜା ମଣ୍ଡପ ଠାରେ ଶ୍ରୀ ପ୍ରଧାନ ପହଞ୍ଚିବା ପରେ ସ୍ଥାନୀୟ ଜନସାଧାରଣ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ପୂଜା ମଣ୍ଡପ ନିକଟକୁ ପାଛୋଟି ନେଇଥିଲେ। ଏହି ଅବସରରେ ହିନ୍ଦୋଳ ବରିଷ୍ଠ ନାଗରିକ ମଞ୍ଚ ପକ୍ଷରୁ ହିନ୍ଦୋଳ ରେ ରେଳଲାଇନ୍ ପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହା ପରେ ହିନ୍ଦୋଳ ବିଜ୍ଞାପିତ ଅଞ୍ଚଳ କୁ ଯାଇ ସେଠାରେ ବିଭିନ୍ନ ପୂଜା ମଣ୍ଡପ ବୁଲି ମାଆଙ୍କୁ ଦର୍ଶନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଓ ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ସମେତ ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନିଲ୍ ଶର୍ମା, ଜିଲ୍ଲା ସଂପାଦକ ସୁଶାନ୍ତ ପତି ,ନଗର ସଭାପତି ସନ୍ତୋଷ ବେହେରା, ବିଜେପି ନେତା ଅଜୟ ଦାସ, ମନୋରଞ୍ଜନ ନାଏକ ଓ ଦୀପକ ରଂଜନ ବିଶ୍ୱାଳ ଙ୍କ ସମେତ ହିନ୍ଦୋଳ ଏବଂ ଓଡ଼ାପଡ଼ା ଅଞ୍ଚଳର ବହୁ ଦଳୀୟ କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ। 

Leave A Reply

Your email address will not be published.

three + 6 =