ଭୁବନ ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶୁଭାରମ୍ଭ !

ଢ଼େଙ୍କାନାଳ : ଐତିହାସିକ,ପାରମ୍ପରିକ ତଥା ଭୁବନ ର ପ୍ରସିଦ୍ଧ ଦଶହରା ବଳଦ ଯାତ୍ରା ଶୁଭାରମ୍ଭ ହୋଇଯାଇଛି । ବଳଦ ଯାତ୍ରା ର ସ୍ରଷ୍ଟା ଥୋରିଆ ସମାଜ ତରଫରୁ ବିଧି ଅନୁସାରେ ପ୍ରଥମ ବଳଦ ଜଗନ୍ନାଥ ମନ୍ଦିର ରେ ପହଞ୍ଚି ଥିଲା ଓ ପରେ ( ସହଯୋଗୀ ) ବଣିଆ ସାହି ବଳଦ ପହଞ୍ଚି ପ୍ରଥା ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା ବନ୍ଦାଣ ହୋଇଥିଲା । ପରେ ଜଗନ୍ନାଥ ଙ୍କ ଚଳନ୍ତି ପ୍ରତିମା (ବିଗ୍ରହ) କୁ ସାଥିରେ ଧରି ଯାତ୍ରା ଶୁଭାରମ୍ଭ କରିଥିଲେ । ତହସିଲଦାର ଅଂଶୁମାନ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ବଳଦ ଯାତ୍ରା କୁ ଶୁଭାରମ୍ଭ କରିଥିଲେ। ବଳଦ ଯାତ୍ରା ମୁଖ୍ୟ ପରିଚାଳକ ଦିଲ୍ଲୀପ ଦାସ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଘାଟନୀ ଉତ୍ସବରେ ନଗର ପାଳ ଶୁଭେନ୍ଦୁ କୁମାର ସାହୁ, ଥାନାଧିକlରୀ ଅମ୍ବିକା ପ୍ରସାଦ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଦଶହରା ଶାନ୍ତି କମିଟି ର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।ପ୍ରଥମ ଦିନ ଅନୁକୂଳ ଯାତ୍ରା ଗୁଜରି ହାଟ ରୁ ବାହାରି ବଡ଼ହାଟ ଦେଇ ସହର ପରିକ୍ରମା କରିଥିଲା । ସମୁଦାୟ ୩୨ ଟି ବଳଦ ଯାତ୍ରା ରେ ଭାଗ ନେଇଥିଲେ ।

Leave A Reply

Your email address will not be published.

18 + 17 =