ଢେଙ୍କାନାଳରେ ରାବଣ ପୋଡି ମହୋତ୍ସବରେ କେନ୍ଦ୍ରମନ୍ତ୍ରୀ !

ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳକୁ ଗୋଟିଏ ରିଙ୍ଗ୍‌- ରୋଡ୍‌ରେ ଯେଡାଯିବାର ଯୋଜନା ହୋଇଛି – ଧର୍ମେନ୍ଦ୍ର ପ୍ରଧାନ

  • ପ୍ରଧାନମନ୍ତ୍ରୀଙ୍କ ପ୍ରଗତିଶୀଳ ପଥର ଅବିଛେଦ୍ୟ ଅଙ୍ଗ ହୋଇଛି ଢେଙ୍କାନାଳ ।
  • ଢେଙ୍କାନାଳ ସହର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତାୟତ କରୁଛି ।
  • ଢେଙ୍କାନାଳ ସହ ଯୋଡି ହୋଇଥିବା ଜାତୀୟ ରାଜପଥ କାର୍ଯ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ହେବ ।
  • ଆମର ପର୍ବ ପର୍ବାଣୀ ଗୁଡିକ ଆମର ପରିଚୟ ।
  • ଦଶହରା ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ ।
    ଢେଙ୍କାନାଳ : ଦେଶକୁ ସ୍ୱତନ୍ତ୍ରତା ଦେବାରେ ଅସାଧାରଣ ଯୋଗଦାନ ରଖିଥିବା ଢେଙ୍କାନାଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଗତିଶୀଳ ପଥରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ବୋଲି ମଙ୍ଗଳବାର ଢେଙ୍କାନାଳ ମିନି ଷ୍ଟାଡିୟମ୍‌ରେ ଆୟୋଜିତ “ରାବଣ ପୋଡି ମହୋତ୍ସବ-୨୦୨୩’ରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନକହିଛନ୍ତି ଯେ, ଆଜି ଦେଶରେ ଭବ୍ୟ ରାମ ମନ୍ଦିର ନିର୍ମାଣ ହେଉଥିବା ବେଳେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେଦେଶର ଅର୍ଥନୀତି ସୁଦୃଢ ହେଉଛି । କଲ୍ୟାଣକାରୀ ଯୋଜନା ମାଧ୍ୟମରେ ଦେଶର ସାଧାରଣ ଲୋକଙ୍କ ଜୀବନଶୈଳୀରେ ପରିବର୍ତନଅଣାଯାଉଛି । ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ରଖାଯାଇଛି । ଢେଙ୍କାନାଳ ପ୍ରଗତି ତ୍ୱରାନ୍ୱିତ ଗତିରେ ହେଉଛି । ଭାରତ ସରକାରଏଥିପାଇଁ ସବୁ ସହଯୋଗ ନେଇଛନ୍ତି । ଭୁବନେଶ୍ୱର, କଟକ ଏବଂ ଢେଙ୍କାନାଳକୁ ଗୋଟିଏ ରିଙ୍ଗ୍ ରୋଡ୍‌ରେ ଯୋଡାଯିବାର ଆକାଂକ୍ଷୀ
ପ୍ରକଳ୍ପ ଅଛି । ଢେଙ୍କାନାଳ ସହର ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଯାତାୟତ କରୁଛି । ଢେଙ୍କାନାଳ ସହର ସହ ଯୋଡି ହୋଇଥିବାଜାତୀୟ ରାଜପଥ କାର୍ଯ୍ୟକୁ ମଧ୍ୟ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ କରାଯିବ । ସ୍ୱେଚ୍ଛାସେବୀ ଅନୁଷ୍ଠାନ”ପ୍ରୟାସ”ର ବନ୍ଧୁମାନେ ଏହାକୁ ମହାଆଡମ୍ବରସହ ପାଳନ କରିଥିବାରୁ ଧନ୍ୟବାଦ । ଆମର ପର୍ବପର୍ବାଣୀ ଗୁଡିକ ଆମର ପରିଚୟ ଏବଂ ଦଶହରା ଅସତ୍ୟ ଉପରେ ସତ୍ୟର ଏବଂଅନ୍ୟାୟ ଉପରେ ନ୍ୟାୟର ଚିରନ୍ତନ ବିଜୟର ପ୍ରତୀକ । ପ୍ରଭୁ ଶ୍ରୀରାମ ଓ ମାଆ ଦୁର୍ଗାଙ୍କ ଆସୀର୍ବାଦରୁ ଢେଙ୍କାନାଳ ଜିଲ୍ଲା ଆର୍ଥିକ ସମ୍ପନ୍ନତାହାସଲ କରୁ ଏବଂ ସମସ୍ତେ ଆନନ୍ଦ ଓ ଉଲ୍ଲାସରେ ରୁହନ୍ତୁ ବୋଲି ଶ୍ରୀ ପ୍ରଧାନ କାମନା କରିଛନ୍ତି ।

ଉକ୍ତ କାର୍ଯ୍ୟକ୍ରମରେ ପଣ୍ଡିତ ମହେଶ ସାହୁ(ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ) ମୁଖ୍ୟବକ୍ତା, ପ୍ରାକ୍ତନ ସାଂସଦ ରୁଦ୍ରନାରାୟଣ ପାଣି, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ଢେଙ୍କାନାଳପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଜେପି ଜିଲ୍ଲା ସଭାପତି ନରେଶଚନ୍ଦ୍ର ମହାପାତ୍ର, ବରିଷ୍ଠ ନେତା ରାମଚନ୍ଦ୍ର ପାତ୍ର, ପ୍ରେମାନନ୍ଦ ଜେନା, ସୁନିଲ୍ ଶର୍ମା, ନବକିଶୋର ଗୁରୁ, ମାତୃପ୍ରସାଦ ନନ୍ଦ, ମହାଦୀପ ଯଶୋବନ୍ତ
ମହିମା, ଯୁବନେତା ସତ୍ୟରଞ୍ଜନ ଭୂୟାଁ, ସନାତନବେହେରା, ଧୃବଚରଣ ସ୍ୱାଇଁ, କାଉନ୍‌ସିଲର ନିରୋଦ କୁମାର ସାହୁଙ୍କ ସମେତ ୫ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × five =