ରାଷ୍ଟ୍ର ପାଇଁ ଶହୀଦ ସରୋଜ କୁମାର ଦାସଙ୍କ ସେବା ଓ ସମର୍ପଣ ଭାବନା ସ୍ମରଣୀୟ ହୋଇ ରହିବ – ଧର୍ମେନ୍ଦ୍ର ପ୍ରଧାନ
ଢେଙ୍କାନାଳ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କେନ୍ଦୁଢିପ ଯବାନ ସରୋଜ କୁମାର ଦାସଙ୍କ ବାସଭବନକୁ ଯାଇ ତାଙ୍କର ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି । ଶହୀଦ ସରୋଜ କୁମାର ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ, ସେ ଏହି ଅଂଚଳର ବୀରପୁତ୍ର ଥିଲେ । ରାଷ୍ଟ୍ର ପାଇଁ ତାଙ୍କର ସେବା କାର୍ଯ୍ୟ, ସମର୍ପଣ ଭାବନା ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦ୍ଗତି କାମନା କରୁଛି ।