୫-ଟି କାମ କରୁ କରୁ ଭୁସୁଡ଼ିଲା ହାଇସ୍କୁଲ ଘର ର ଛାତ : ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବତନ ବିଧାୟକ ଶ୍ରୀ ନନ୍ଦଙ୍କ ଦାବି !

ଢ଼େଙ୍କାନାଳ : ରାଜ୍ୟ ସରକାର ଙ୍କ ର ୫-ଟି ମୋ ସ୍କୁଲ ରୁପାନ୍ତି କରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି I ହେଲେ ରୁପାନ୍ତି କରଣ ରେ ନିମ୍ନମାନର ହେଉଛି । ଏନେଇ କିଛିଦିନ ତଳେ ଜିଲ୍ଲାପାଳ ଏକ ବୈଠକ ରେ କ୍ଷୋଭ ପ୍ରକାଶ ସହ ତାଗିଦ କରିଥିଲେ । ହେଲେ ବିଭାଗୀୟ ଅଧିକାରୀ ଙ୍କ ଅର୍ଥ ତୋଷର ପାତ ନୀତି ପାଇଁ ଏପରି ଏକ ଘଟଣା ପୁନର୍ବାର କିପରି ଭାବରେ ଅଣଦେଖା ହେଉଛି ଏହାର ଜ୍ୱଳନ୍ତ ଉଦାହରଣ ।
ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଚିରୁଲେଇ ଗ୍ରାମ ର “ସୁଦର୍ଶନ ବିଦ୍ୟା ଭବନ ” ରେ ରାଜ୍ୟ ସରକାର ଙ୍କ ର ୫-ଟି ରୁପାନ୍ତି କରଣ ପାଇଁ ସରକାର ଦେଇଥିବା ୩୦ଲକ୍ଷ ଟଙ୍କା କୁ ଚଳୁ କରିବା ପାଇଁ ସରକାରୀ ଅଫିସର ଙ୍କ ସହାୟତାରେ କିଛି ମୁଷ୍ଟିମେୟ ବ୍ୟକ୍ତି ଙ୍କ ଚକ୍ରାନ୍ତ ଫସର୍ ଫାଟି ଯାଇଛି । ପୁରୁଣା ସ୍କୁଲ କାନ୍ଥ ରେ ଏବେ ୪/୫ ଦିନ ତଳେ ଛାତ ପକାଯାଇଥିବା ବେଳେ ସ୍କୁଲ ଘର ର କାନ୍ଥ ଭୁଶୁଡ଼ିବା ନେଇ ଏବେ ସବୁଠି ଚର୍ଚ୍ଚାର ବିଷୟ ହୋଇଛି । ଏଠି ପ୍ରଶ୍ନ ଉଠୁଛି ଯେ ସମ୍ପୃକ୍ତ ଯନ୍ତ୍ରୀ ପୁରୁଣା କାନ୍ଥ ଉପରେ ଛାତ ପକାଇବାକୁ କିପରି ଅନୁମତି ଦେଲେ ? ସରକାରୀ ଟଙ୍କା କୁ କିପରି ଦଳୀୟ ଠିକାଦାର ମାନଙ୍କୁ ଦେଇ କିପରି ଲକ୍ଷାଧିକ ଟଙ୍କା ତୋଷର ପାତ ହେଉଛି ଏହି ସ୍କୁଲ ହେଉଛି ତାର ଏକ ଜ୍ୱଳନ୍ତ ଉଦାହରଣ । ସ୍କୁଲ ପରିସର ରେ ଅନେକ ଘର ଥିବା ବେଳେ ଏଭଳି ପୁରୁଣା କାନ୍ଥ ରେ ଛାତ କାହିଁକି ପକାଗଲା ତାହା ପୂର୍ବତନ ବିଧାୟକ ଶ୍ରୀ ନବୀନ ନନ୍ଦ ଆଶ୍ଚର୍ଯ୍ଯ ପ୍ରକଟ କରିଛନ୍ତି । ଏହି ଘଟଣାର ତୁରନ୍ତ ତଦନ୍ତ କରି ସମ୍ପୃକ୍ତ ଯନ୍ତ୍ରୀ ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀ ନନ୍ଦ ଦାବି କରିଛନ୍ତି ।ଘଟଣା ରୁ ପ୍ରକାଶ ଯେ ସରକାର ଦେଇଥିବା ଲକ୍ଷାଧିକ ତାଙ୍କର ଅନୁଦାନ କୁ କାର୍ଯ୍ୟ ସମ୍ପାଦନ ପାଇଁ ଗ୍ରାମ କମିଟି କିମ୍ବା ସ୍କୁଲ କମିଟି କୁ ଦାୟିତ୍ଵ ଦିଆ ନଯାଇ ବାହାର ଠିକାଦାର ଙ୍କୁ ଦାୟିତ୍ଵ ଦିଆ ଯାଇଥିବା କିଛି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସରକାର ସ୍କୁଲ ଗୁଡ଼ିକ ର ମାନ ବୃଦ୍ଧି ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ଅନୁଦାନ ଦେଇଥିଲେ ବି ବ୍ଲକ ଗୁଡ଼ିକରେ ନିଯୁକ୍ତ ଯନ୍ତ୍ରୀ ମାନଙ୍କର ଦୁର୍ନୀତି ଖୋର୍ ମନୋବୃତି ପାଇଁ ଏହି ଯୋଜନା ଲୋକହସା ରେ ପରିଣତ ହୋଇଛି । ଏହି ସ୍କୁଲ କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନିଜେ ଆସି ୨୦୦୨ମସିହା ରେ ଆସି ସ୍କୁଲ ଘର ର ଉଦ୍ଘାଟନ କରିଥିଲେ । ସେହି ଘର ଆଜି ପର୍ଯ୍ୟନ୍ତ ବି ଅକ୍ଷୁଣ୍ଣ ଅବସ୍ଥାରେ ଅଛି । ସେହିପରି ମନରେଗା କାମରେ ସ୍କୁଲ ପରିସର ରେ ଏକ ସୁନ୍ଦର ଖେଳ ପଡିଆ କାମ ହୋଇଥିବା ବେଳେ ପୁଣି ଥରେ ଏହି କାର୍ଯ୍ୟ କୁ ବିନା ଗ୍ରାମ ସଭା ରେ ଅନୁମୋଦନ କରାଯାଇ ସରକାରୀ ଟଙ୍କା କୁ ହରିଲୁଟ କରିବା ପାଇଁ ଯୋଜନା ଚାଲିଥିବାର ମଧ୍ୟ ଗୁରୁତର ଅଭିଯୋଗ ହୋଇଛି । ଏହି ଛାତ ଭୁସୁଡିବା ଘଟଣା ରେ ଚିରୁଳେଇ ଗ୍ରାମ ର ଅଧିବାସୀ ମାନେ ତୁରନ୍ତ ଜିଲ୍ଲା ପ୍ରଶାସନ ଓ ୫-ଟି ସଚିବ ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ସ୍ଥିର କରିଛନ୍ତି ।

Leave A Reply

Your email address will not be published.

eighteen − two =