ଢ଼େଙ୍କାନାଳ : ଢେଙ୍କାନାଳ ବସ ଷ୍ଟାଣ୍ଡ ନିକଟସ୍ଥ ଗାନ୍ଧୀ ପାର୍କ ଠାରୁ ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସହରର ବରିଷ୍ଠ ନାଗରିକ ମାନଙ୍କ ଦ୍ୱାରା ସାଇବର ସୁରକ୍ଷା ଅଭିଯାନ କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହେଇଥିଲା l
ଏହି ଅବସରରେ କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜ୍ଞାନ ରଞ୍ଜନ ମହାପାତ୍ର ଅଧ୍ୟକ୍ଷତା କରି ସାଇବର ସୁରକ୍ଷା ଉପରେ ସଚେତନତାର ବାର୍ତା ପ୍ରଦାନ କରିଥିଲେ l କିପରି ଅନଲାଇନ ନେଣଦେଣ , ଭିଡ଼ିଓ କଲ ମାଧ୍ୟମରେ ରେ ଲୋକମାନେ ସାଇବର ଠକାମୀ ର ଶିକାର ହେଉଛନ୍ତି ଏବଂ ସେଥିରୁ ଆମେ କିପରି ଠକାମୀ ର ଶିକାର ହେବାନାଇଁ ସେ ବିଷୟରେ ଲୋକଙ୍କୁ ସଚେତନ କରାଇଥିଲେ l ଲୋକମାନଙ୍କୁ ସଚେତନ କରିବାପାଇଁ ସମଗ୍ର ଜିଲ୍ଲା ସ୍ତରରେ ସାଇବର ରଥ ମଧ୍ୟ ବୁଲୁଛି l ଏହାସହିତ ପଥପ୍ରାନ୍ତ ନାଟକ ମାଧ୍ୟମରେ ମଧ୍ୟ ଲୋକଙ୍କୁ ସଚେତନ କରାଯାଉଛି l ସାଇବର ଠକାମିର ଶିକାର ହଉଥିବା ଲୋକ 1930 ହେଲ୍ପ ଲାଇନ ନମ୍ବର ରେ ଯୋଗାଯୋଗ କରିବାକୁ ଆରକ୍ଷୀ ଅଧିକ୍ଷକ କହିଛନ୍ତି l ଆଜି ଏହି କାର୍ଯ୍ୟକ୍ରମ ଅବସରରେ କୁଇଜ଼ ପ୍ରତିଯୋଗିତା ଏବଂ ନାଟକ ପ୍ରଦର୍ଶିତ ହେଇଥିଲା l
ଏହି ପ୍ରରିପ୍ରେକ୍ଷୀରେ ଆସନ୍ତାକାଲି ସନ୍ଧ୍ୟା 6ଟାରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମଖରେ ରାହାଗିରି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ l ଏ ସମସ୍ତ କାର୍ଯ୍ୟକ୍ରମ ଟାଟା ଷ୍ଟିଲର ସହାଭାଗିତା ରେ ଅନୁଷ୍ଠିତ ହେଉଛି l
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଲଳିତ ମୋହନ ବେହେରା, ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ଦିଲ୍ଲୀପ କୁମାର ବିଶ୍ୱାଳ ଓ ପୋଲିସ ବିଭାଗର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ରହିଥିଲେ l