ସହିଦ ସରୋଜ ଦାସ ଙ୍କ ପରିବାର ବର୍ଗଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ !

ଢେ଼ଙ୍କାନାଳ : ଜିଲ୍ଲାପାଳ ସରୋଜ କୁମାର ସେଠୀ ଦିନିକିଆ ଗସ୍ତରେ ଆସି ନିକଟ ଅତୀତରେ ସହିଦ ହୋଇଥିବା ଭୁବନ ବ୍ଲକ ଅନ୍ତର୍ଗତ ଦୀଘି ପଞ୍ଚାୟତ କେନ୍ଦୁଢିପ ଗ୍ରାମର ସ୍ବର୍ଗତ ସରୋଜ ଦାସ ଙ୍କ ପରିବାର ବର୍ଗଙ୍କୁ ଭେଟି ନିଜର ସମବେଦନା ଜଣାଇବା ସହ ଜିଲ୍ଲା ରେଡକ୍ରସ ପାଣ୍ଠିରୁ ୫୦ ହଜାର ଟଙ୍କା ପ୍ରଦାନ କରିଥଲେ । ଏହି ସହାୟତା ରାଶି ସହିଦ ଙ୍କ ପତ୍ନୀ ଲୋପାମୁଦ୍ରା ବେହେରା ଗ୍ରହଣ କରିଥିଲେ। ଭବିଷ୍ୟତରେ ଆଉ ଯାହା ଦରକାର ହେବ ଜିଲ୍ଲା ପ୍ରଶାସନ ତରଫରୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଜିଲ୍ଲପାଳ ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.

14 + two =