ସାଇବାବାଙ୍କ ତିନିଦିନିଆ ସତ୍ୟନାରାୟଣ ବ୍ରତ ପୂଜା !

ଢେଙ୍କାନାଳ : ସାଇ ସତସଙ୍ଗ ସେବା ଟ୍ରଷ୍ଟ ଆନୁକୂଲ୍ୟରେ ତିନିଦିନ ଧରି ସାଇ ବାବା ଙ୍କର କାର୍ଯ୍ୟକ୍ରମ ସ୍ଥାନୀୟ ଶ୍ରୀରାମମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଉଦଯାପିତ ହୋଇଯାଇଛି । ଉଦଘାଟନୀ ଦିବସରେ ସାଇ ବାବାଙ୍କର ବିଶାଳ ଶୋଭଯାତ୍ରା ବାଜିଚଉକ
ଠାରୁ ବାହାରି ଶ୍ରୀରାମ ମଣ୍ଡପ ଠାରେ ପଂହଁଚିଥିଲା ଏଥିରେ ମୁଖ୍ୟ ଆକର୍ଷଣ ଥିଲା ସାଇ ବାବା ଙ୍କର ରଥ, ପାଦୁକା ଓ ସଟକା ଦର୍ଶନ
ା ଦ୍ୱିତୀୟ ଦିବସରେ ସାଇ ସତ୍ୟନାରାୟଣ ବ୍ରତ ପୂଜା ରେ ୧୦୮ ଦମ୍ପତି ଅଂଶଗ୍ରହଣ କରିଥିଲେ । ଶିରିଡିର ମୁଖ୍ୟ ପୂଜାରୀ ଏହି
ପୂଜା ସମ୍ପାଦନ କରିଥିଲେ । ସେହିପରି ତୃତୀୟ ଦିନ ଏକ ଦିବସୀୟ ସାଇ ସତଚରିତ ସମୂହ ପାରାୟଣ ଅନୁଷ୍ଠିତ ହୋଇଥିଲା ।ଏଥିରେ ୧୦୮ ଜଣ ସାଇ ଆଶ୍ରିତ ପୁରୀ, ଭୁବନେଶ୍ୱର, କଟକ, ଅନୁଗୁଳ, କେନ୍ଦୁଝର ଯାଜପୁର, ଭଦ୍ରକ, ନୟାଗଡ ଓ ଢେଙ୍କାନାଳ
ରୁ ଆସି ପାରାୟଣ କରିଥିଲେ । ସକାଳ ୬ଘଟିକାରେ ଓଁ ଧ୍ୱନି କରାଯାଇ ବିଷ୍ଣୁ ସହସ୍ରନାମ, ଗୁରୁଭାଗବତ ସାଇ ଅଷ୍ଟତର ନାମ
ପଢ଼ାଯାଇ ପତ୍ରଭିଷେକ କରାଯାଇଥିଲା । ସକାଳ ୭ଘଟିକାରେ ବିଶ୍ୱର କଲ୍ୟାଣ ନିମନ୍ତେ ଅଖଣ୍ଡଦୀପ ପ୍ରଜ୍ୱଳନ କରାଯାଇ ଆରତୀ
କରିବା ସହିତ ପାରାୟଣ ର ଶୁଭାରମ୍ଭ କରାଯାଇଥିଲା । ମୁଖ୍ୟ ପାଠକ ଶିବ ପ୍ରସାଦ ପଣ୍ଡା ଓ ମୁଖ୍ୟ ପାଠିକା ଅମ୍ରିତା ନାଥ ପାରାୟଣକୁ ପଠନ କରିଥିଲେ । ସନ୍ଧ୍ୟା ୭ଘଟିକାରେ ପାରାୟଣ ସମ୍ପର୍ଣ କରି ମହା ଆରତୀ ହୋଇଥିଲା । ଶିରିଡି ସଂସ୍ଥାନ ର ସାଇ ପ୍ରବଚକଙ୍କଦ୍ୱାରା ସାଇ ପ୍ରବଚନ କାର୍ଯ୍ୟକ୍ରମ ହୋଇଥିଲା । ଶେଷରେ ପ୍ରସାଦ ସେବନ ହୋଇଥିଲା । ସମସ୍ତ କାର୍ଯ୍ୟ କୁ ଅମରେନ୍ଦ୍ର ଖୁଂଟିଆ ସଂଯୋଜନା କରିଥିଲେ ।

Leave A Reply

Your email address will not be published.

8 + 11 =