ଡିସିସି ପ୍ଲେ ସ୍କୁଲ ରେ ଗୋପବନ୍ଧୁ ସେବା ଦିବସ ପାଳିତ !

ଢ଼େଙ୍କାନାଳ : ସେବା ପୁରୁଷ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କର ୧୪୬ ତମ ଜନ୍ମ ତିଥିରେ ଢେଙ୍କାନାଳ ସଚେତନ ନାଗରିକ ଫୋରମ୍ ର ଆନୁକୁଲ୍ୟରେ ଗଢି ଉଠିଥିବା ସେବାକୀୟ ସ୍କୁଲ ଡିସିସି ଇଂଲିଶ ପ୍ଲେ ସ୍କୁଲ ଠାରେ ଗୋପବନ୍ଧୁ ସେବା ଦିବସ ପାଳନ ହୋଇଯାଇ ଅଛି । ପୂର୍ବତନ ନଗରପାଳ ତଥା ଫୋରମର
ସଭାପତି ସୁରେନ୍ଦ୍ର ମିଶ୍ରଙ୍କ ସଭାପତିତ୍ଵ ରେ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ମାନନୀୟ ସାଂସଦ ମହେଶ ସାହୁ କହିଲେ ଯେ ,ଶିକ୍ଷା କ୍ଷେତ୍ରରେ ଛୋଟ ପିଲା ମାନଙ୍କର ଭବିଷ୍ୟତ ନିର୍ମାଣ ହୋଇଥିବା ଦୃଷ୍ଟି ରୁ ପାଠ ପଢା ସଙ୍ଗେ ସଙ୍ଗେ ଛୋଟ ପିଲା ମାନଙ୍କୁ ସଂସ୍କାର ଦ୍ଵାରା ପିତା, ମାତା ,ଗୁରୁଜନ ତଥା ସାହି ଲୋକ ଙ୍କ ବାବଦ ରେ ବ୍ୟବହାରିକ ଚିନ୍ତନ ମଧ୍ୟ ଦେବା ଦରକାର । ଅନ୍ୟତମ ଅତିଥି ବରିଷ୍ଠ ଆଇନଜିବୀ ଭାବଗ୍ରାହୀ ପଣ୍ଡା ତାଙ୍କ ବକ୍ତବ୍ୟ ରେ କହିଲେ ଉତ୍କଳମଣି ଗୋପବନ୍ଧୁ ଦାସ ମଧ୍ୟ ପଞ୍ଚସଖାଙ୍କ ସାହାଯ୍ୟରେ ସ୍କୁଲ ଦ୍ଵାରା ପିଲା ମାନଙ୍କୁ ସଂସ୍କାର ପ୍ରଦାନ କରିଥିଲେ । ମୁଖ୍ୟ ବକ୍ତା ରୂପେ ଫୋରମ୍ ର ଉପଦେଷ୍ଟା ତଥା ପୂର୍ବତନ ସି.ବି.ଆଇ. ଜର୍ଜ ଭିକାରୀ ଚରଣ ରାଉତ ପଣ୍ଡିତ ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । ଫୋରମ୍ ର ସମ୍ପାଦକ ଭାରତ କୁମାର ଦାସ ସ୍କୁଲ ବାବଦ ରେ କହିଲେ ଯେ କେତେକ ସ୍କୁଲ ସରକାର ଚଳାଇଥାନ୍ତି ଏବଂ ଆଉ କେତେକ ଶିକ୍ଷା କୁ ବ୍ୟବସାୟ କରି ବ୍ୟବସାୟୀ ମାନେ ଚଳାଇଥାନ୍ତି । କିନ୍ତୁ ଆମର ଏହି ସ୍କୁଲ ଟି ସାମାଜିକ କାର୍ଯ୍ୟକର୍ତ୍ତା ଙ୍କ ଦ୍ଵାରା ପରିଚାଳିତ ଏକ ସେବକିୟ ସ୍କୁଲ ଅଟେ । ଯେଁଉଠାରେ ଆଡମିସନ୍ ଫି ଜମା ନଥିଲା ବେଳେ ପିଲା ମାନଙ୍କର ପ୍ରତି ମାସ କୁ ୫୦୦ ଟଙ୍କା ପଢ଼ାଇବା ଖର୍ଚ୍ଚ ଲାଗୁଛି। ସ୍କୁଲ ର ସମ୍ପାଦକ ଆଇନଜୀବୀ ଗୁପ୍ତେଶ୍ୱର ମିଶ୍ର ଫୋରମ୍ ର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଙ୍କ ସହଯୋଗ ରେ କାର୍ଯ୍ୟକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.

16 − twelve =