ନୂତନ ଗୋ-ଶାଳା ପ୍ରତିଷ୍ଠା ନିମନ୍ତେ ବୈଠକ : ନୂତନ କମିଟି ଗଠନ !

ଢେଙ୍କାନାଳ : “ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଆବାସିକ କାର୍ଯ୍ୟାଳୟ ଠାରେ ଏକ ଜରୁରୀ ବୈଠକ ସାଂସଦଙ୍କ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଅଛି । ଅନୁଷ୍ଠାନର ପ୍ରତିଷ୍ଠାତା ସାଂସଦ ଶ୍ରୀ ସାହୁ ଏହିବୈଠକରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଢେଙ୍କାନାଳରେ ଗୋଟିଏ ନୂତନ ଗୋ-ଶାଳା ପ୍ରତିଷ୍ଠା କରିବା ତଥା ଏଥିପାଇଁ କି ପ୍ରକାରର ଆୟୋଜନହୋଇପାରିବ ସେ ସଂପର୍କରେ ନିଜ ଆଭିମୁଖ୍ୟ ପ୍ରକାଶ କରିବା ସହିତ ବିଷଦ୍ ଭାବେ ଆଲୋଚନା କରିଥିଲେ । ଏହି ଗୋ-ଶାଳା ପ୍ରତିଷ୍ଠା ହେଲେ ସ୍ଥାନୀୟ ଅଂଚଳବ୍ୟତୀତ ସମଗ୍ର ସହରବାସୀଙ୍କୁ ଏକ ନୂତନ ପ୍ରେରଣା ଯୋଗାଇବ । ଗୋ-ଶାଳାରେ ଗାଇମାନଙ୍କୁ ରଖି ସେମାନଙ୍କ ପାଇଁ ଖାଦ୍ୟ ପାନୀୟ ବ୍ୟବସ୍ଥା କିପରିକରାଯାଇପାରିବ, ସେ ସଂପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଏହି ଗୋ-ଶାଳାକୁ ସୂଚାରୁ ରୂପେ ପରିଚାଳନା କରିବା ନିମନ୍ତେ ସାଂସଦ ଶ୍ରୀ ସାହୁଙ୍କଉପସ୍ଥିତିରେ ଏକ ନୂତନ କମିଟି ଗଠନ କରାଯାଇଛି । ଏହି କମିଟିର ସଭାପତି ଭାବେ ବାଦଲ ପଟ୍ଟନାୟକ ମନୋନିତ ହୋଇଥିବାବେଳେ ସଂପାଦକ ଭାବେଲିଆକତ୍ ଅଲ୍ଲି ଖାଁ ଓ କୋଷାଧ୍ୟକ୍ଷ ଭାବେ ଶେଖର ସେଠୀ ଏବଂ ସମୀକ୍ଷକ ଭାବେ ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ମନୋନିତ ହୋଇଥିବାବେଳେ ଅନ୍ୟ ସମସ୍ତେ ସଦସ୍ୟ ଭାବେ ରହିବେ ବୋଲି ଘୋଷଣା ହୋଇଥିଲା । ଏହି ବୈଠକରେ ପୂର୍ବତନ ସରପଂଚ ବିଜୟ ସାହୁ, କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦ, ପ୍ରତାପ ଦାସ,
ସଦାଶିବ ମହାପାତ୍ର, ଶିଶିର ଶତପଥୀ, ସାଂସଦଙ୍କ ପୌର ପ୍ରତିନିଧି ରୁଦ୍ରାନ୍ତ ଦଳେଇ, କାର୍ଯ୍ୟାଳୟ ସଂପାଦକ ସତ୍ୟ ନାରାୟଣ କର, ଆନନ୍ଦିତ ମିଶ୍ର, ସିଗ୍ଧା ସ୍ୱାଇଁ,ସୁମିତ୍ରା ସ୍ୱାଇଁ, ଆଇନ୍‌ଜୀବୀ କିଷାନ ବିଶ୍ୱାଳ, ଶ୍ୟାମସୁନ୍ଦର ସାହୁ, ଦୁଷ୍ମନ୍ତ ମହାନ୍ତି, ନୋଜୁ ଖାଁ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

sixteen + nineteen =