ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟତୀ ପାଳିତ !


ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ସମ୍ମାନ” ପକ୍ଷରୁ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମଜୟନ୍ତୀ ପାଳିତ ହୋଇଯାଇଅଛି । ସକାଳ ୭ଟା ବେଳେ ସ୍ଥାନୀୟ ଗୋପବନ୍ଧୁ ଟାଉନ୍ ହଲ୍ ଠାରେ ପୂର୍ବତନ କାଉନ୍‌ସିଲର ତଥା ତଥା ଅନୁଷ୍ଠାନର କୋଷାଧ୍ୟକ୍ଷରୁଦ୍ରାନ୍ତ ଦଳେଇଙ୍କ ଆୟୋଜନରେ ଅନୁଷ୍ଠାନର ପ୍ରତିଷ୍ଠାତା ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟ ଅତିଥି ଭାବେ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତୀରେମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଉପସ୍ଥିତ ଜନତାଙ୍କୁ ସେ ତାଙ୍କ ବକ୍ତବ୍ୟରେ କହିଥିଲେ, ଓଡିଶା ମାଟିର ପ୍ରକୃତ ଦାୟାଦ ହେଉଛନ୍ତି ପଣ୍ଡିତଗୋପବନ୍ଧୁ ଦାସ । ନିଜେ ଉପାସ ରହି ଅନ୍ୟର ପେଟକୁ ଚିହ୍ନିବା ଗୁଣ ତାଙ୍କ ପାଖରେ ଥିଲା । ଓଡିଶାର ପୂଜ୍ୟ ପୂଜାଙ୍କ ମଧ୍ୟରେ ପଣ୍ଡିତ ଦାସ ଥିଲେ ଅନନ୍ୟ ପ୍ରତିଭା । ଏହି ଓଡିଆ ମାଟି ଚିରଦିନ ପାଇଁ ଗୋପବନ୍ଧୁଙ୍କୁ ମନେ ରଖିବା ସହିତ ଆଗାମୀ ପିଢୀ ତାଙ୍କର ସ୍ମୃତି ଚାରଣ କରିବାକୁ କେବେ ବି ଭୁଲିବେ ନାହିଁ । ଗୋପବନ୍ଧୁଙ୍କରଓଡିଆଙ୍କ ପ୍ରତି କର୍ତବ୍ୟନିଷ୍ଠା ସମଗ୍ର ବିଶ୍ୱରେ ତାଙ୍କୁ ସ୍ମରଣୀୟ କରି ରଖିବ । ଆମ ଦେଶ ତଥା ବିଦେଶରେ ଓଡିଆଙ୍କ ବ୍ୟତୀତ ଅଣ ଓଡିଆ ମଧ୍ୟ ଗୋପବନ୍ଧୁଙ୍କୁ ତଥାଏ ଓଡିଆ ମାଟିକୁ ଗୋପବନ୍ଧୁଙ୍କ ପାଇଁ ମନେ ରଖିବା ଏକ ଗୌରବର ବିଷୟ । ଆଜିର ଏହି ଦିନରେ ପ୍ରତ୍ୟେକ ଓଡିଶାବାସୀ ସ୍ୱର୍ଗତ ଦାସଙ୍କର ଅବଦାନକୁ ମନେରଖିବା ତଥା ସ୍ମୃତିଚାରଣ କରିବା ନିତ୍ୟାନ୍ତ ଦରକାର । ଏହି ସଭାରେ ସାଂସଦଙ୍କ ସଚିବ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ତାଙ୍କ ବକ୍ତବ୍ୟରେ ଉତ୍କଳ ଗୌରବ ମଧୁସୂଦନଦାସ ସମଗ୍ର ଓଡିଆ ଜାତି ପାଇଁ ସଦାବେଳେ ଗୌରବ ହୋଇ ରହିବା ସହିତ ଓଡିଶାବାସୀ ଗୋପବନ୍ଧୁଙ୍କ ପାଇଁ ବିଶ୍ୱ ଦରବାରରେ ନିଜକୁ ଗୌରବାନ୍ୱିତମନେକରନ୍ତି । ତାଙ୍କର ଏହି ଜୟନ୍ତୀ ପାଳନ କରି ଆମେ ନିଜକୁ ଧନ୍ୟ ମନେ କରୁଛୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଇନ୍ଦ୍ରମଣି
ବେହେରା, ସଚେତନ ନାଗରିକ ଫୋରମ୍‌ର ସଂପାଦକ ଭରତ ଦାସ, କ୍ରୀଡା ଘୋଷକ ଅମୀୟ କୁମାର ଚାନ୍ଦ, ଗଣେଶ ବଜାର ପୂଜା କମିଟି ସଂପାଦକ ବିଶ୍ୱନାଥବେହେରା, ଜି. ଶଙ୍କର ଦୋରା, ପୂର୍ବତନ ସରପଂଚ ବିଜୟ ସାହୁ, ପ୍ରତାପ ଦାସ, ସଦାଶିବ ମହାପାତ୍ର, ଶିଶିର ଶତପଥୀ, ବିରଂଚି ନାରାୟଣ ସେଠ୍‌, କାର୍ଯ୍ୟାଳୟସଂପାଦକ ସତ୍ୟ ନାରାୟଣ କର, ଆନନ୍ଦିତ ମିଶ୍ର, ସିଗ୍ଧା ସ୍ୱାଇଁ, ସୁମିତ୍ରା ସ୍ୱାଇଁ, ଆଇନ୍‌ଜୀବୀ କିଷାନ ବିଶ୍ୱାଳ, ଜିତେନ୍ଦ୍ର ପଟ୍ଟନାୟକ, ଶ୍ୟାମସୁନ୍ଦର ସାହୁ, ଦୁଷ୍ମନ୍ତମହାନ୍ତି, ନୋଜୁ ଖାଁ, ଶେଖର ସେଠୀ, ରବି ନାୟକଙ୍କ ବ୍ୟତୀତ ଅବସରପ୍ରାପ୍ତ ସାମରିକ ସୈନିକ ବୋର୍ଡର ସଦସ୍ୟମାନେ ଉପସ୍ଥିତ ଥିଲେ । ପରେ ସାଂସଦ ଏବଂଆମ ପ୍ରତିଭା ଆମ ସମ୍ମାନର ସମସ୍ତ ସଦସ୍ୟ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ବାଜିଚୌକସ୍ଥିତ ବାପୁଜୀ ଉ.ପ୍ରା. ସ୍କୁଲ୍ ପରିସର ମଧ୍ୟରେ ଥିବା ପଣ୍ଡିତ ଗୋପବନ୍ଧୁ
ଦାସଙ୍କ ସମେତ ଅନ୍ୟ ପୂଜ୍ୟ ପୂଜାମାନଙ୍କ ପ୍ରତିମୂର୍ତୀରେ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଓ ପରିଚାଳନା କମିଟିରସଭାପତି ଗୁପ୍ତେଶ୍ୱର ମିଶ୍ର ଆୟୋଜନ କରିଥିଲେ ।

Leave A Reply

Your email address will not be published.

2 + eighteen =