ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା !

ଢ଼େଙ୍କାନାଳ : ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ତଥା ଲୋକାଭିମୁଖୀ ଯୋଜନାକୁ ଜନ ସମ୍ପର୍କ ପଦଯାତ୍ରା ମାଧ୍ୟମରେ ପ୍ରତି ଘରେ ପହଞ୍ଚାଇବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ପଦଯାତ୍ରା ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ । ଭୁବନ ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ ଙ୍କ ନେତୃତ୍ୱରେ ୧ ନମ୍ୱର୍ ୱାର୍ଡ ସ୍ଥିତ ରାମ ମନ୍ଦିର ପରିସରରୁ ପଦଯାତ୍ରା ବାହାରି ବିଭିନ୍ନ ୱାର୍ଡ ପରିକ୍ରମା କରିଥିଲା । ନଗରପାଳ ଶୁଭେନ୍ଦୁ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଭିନ୍ନ ସାହି ଓ ଛକ ମାନଙ୍କରେ ପଥ ପ୍ରାନ୍ତ ସଭା କରି ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ। ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଏକ ଯୁଗାନ୍ତକାରୀ ଯୋଜନା ବୋଲି ଲୋକଙ୍କୁ ବୁଝାଇଥିଲେ । ଏଥି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାରା ଦେଶରେ ସ୍ବାସ୍ଥ୍ୟ ସେବାରେ ରୋଲ୍ ମଡେଲ ସାଜିଛନ୍ତି । ଏହି ଯୋଜନାରେ ପୁରୁଷ ମାନେ ୫ ଲକ୍ଷ୍ୟ ଏବଂ ମହିଳା ମାନେ ୧୦ ଲକ୍ଷ୍ୟ ଟଙ୍କାର ଚିକିତ୍ସା ସହାୟତା ପାଉଛନ୍ତି ବୋଲି କହିଥିଲେ । ଏହି ପଦଯାତ୍ରାରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ,୭ ନମ୍ବର ୱାର୍ଡ କାଉନସିଲର ନରେନ୍ଦ୍ର ବେହେରା,୯ ନମ୍ୱର୍ ୱାର୍ଡ କାଉନସିଲର ପପୁ କୁମାର ସାହୁ,୧୪ ନମ୍ବର ୱାର୍ଡ କାଉନସିଲର କଳ୍ପନା ବେହେରା ଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଓ ମହିଳା ଯୋଗଦେଇଥିଲେ ।

Leave A Reply

Your email address will not be published.

16 − 2 =