ଢେଙ୍କାନାଳ : ବିଜେଡି ରାଜ୍ୟ ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ପ୍ରତିବର୍ଷ ଭଳି
ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୨ରୁ ଜନସଂପର୍କ ପଦଯାତ୍ରା ଆରମ୍ଭ ହୋଇଯାଇଅଛି । ମାନ୍ୟବର ସାଂସଦ ମହେଶ ସାହୁ ଏହି ପଦଯାତ୍ରାଢେଙ୍କାନାଳ ଓ ଅନୁଗୁଳ ସଂସଦୀୟ କ୍ଷେତ୍ରର ବିଧାୟକମାନଙ୍କ ସହିତ ଆଲୋଚନା କରି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମରେପଦଯାତ୍ରା କରି ମୁଖ୍ୟମନ୍ତ୍ରୀଙ୍କର ଜନହୀତକର ଯୋଜନାର ସଫଳତା ଓ ଲୋକଙ୍କ ସମସ୍ୟା ସଂପର୍କରେ ଅବଗତ ହେଉଛନ୍ତି । ଦୀର୍ଘ ସାଢେଚାରିବର୍ଷ କାର୍ଯ୍ୟକାଳ ମଧ୍ୟରେ ଜନସାଧାରଣଙ୍କର ଆପତି ଅଭିଯୋଗର ଢେଙ୍କାନାଳ ଜିଲ୍ଲା ପାଇଁ ରବିବାର ଦିନ ସ୍ଥାନୀୟ ବସ୍ଷ୍ଟାଣ୍ଡ ପଛପାଖ
ଆବାସିକ କାର୍ଯ୍ୟଳୟ ଓ ଅନଗୁଳ ଜିଲ୍ଲାର ତାଳଚେର ସ୍ଥିତ ଥର୍ମାଲ ଆବାସିକ କାର୍ଯ୍ୟାଳୟରେ ପ୍ରତିଶନିବାର ସକାଳ ୭ ଘଟିକା ଠାରୁ ୧୦ଘଟିକା ପର୍ଯ୍ୟନ୍ତ ଜନଶୁଣାଣି କରି ଜନସାଧାରଣଙ୍କର ସମସ୍ୟାର ସମାଧାନ କରୁଛନ୍ତି । ଜନସାଧାରଣ ସାଂସଦ ଶ୍ରୀ ସାହୁଙ୍କ ଉପରେ ଆସ୍ଥାଓ ଭରସା ରଖି ବହୁ ସଂଖ୍ୟାରେ ଜନଶୁଣାଣି ଶିବିରରେ ନିଜର ସମସ୍ୟା ସଂପର୍କରେ ଆପତି ଜଣାଉଛନ୍ତି । ଏସିଆ ମହାଦେଶର ବୃହତମଗ୍ରାମ ଭୁବନ ଏନ୍.ଏ.ସି.ର କାପୁଡିଆ ସମାଜ ଯାହାକି ଜନସଂଖ୍ୟାରେ ୫୦ ଭାଗ କାପୁଡିଆ ସମାଜ ରହିଥିବାବେଳେ ରବିବାରଜନଶୁଣାଣିରେ ସାଂସଦ ଶ୍ରୀ ସାହୁଙ୍କୁ ଶ୍ରମିକ ସଂଗଠନ ସଭାପତି ସତ୍ୟ ବିହାରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସାକ୍ଷାତ କରି ଏକକୋଠଘର ନିର୍ମାଣ ପାଇଁ ଅନୁଦାନ ପ୍ରଦାନ କରିବା ନିମନ୍ତେ ନିବେଦନ କରିଛନ୍ତି । ସାଂସଦ ଶ୍ରୀ ସାହୁ ଭୁବନ ଏନ୍.ଏ.ସି.ର ୱାର୍ଡ ନଂ୧୪ର ବିଜେଡି ମହିଳା ସଭାନେତ୍ରୀ ପ୍ରଭାତୀ ସାହୁଙ୍କ ପ୍ରସ୍ତାବ କ୍ରମେ ଏକ ଭାଗବତ ଟୁଙ୍ଗୀ ପାଇଁ ୫ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି । ଏହି ସାକ୍ଷାତ ସମୟରେ ପ୍ରମିଳା ଗୁରୁ, ନରୋତମ ସାହୁ, ଚହଟି ଚରଣ ଗୁରୁ, ବାପିନ ସାହୁ, ଶିବୁ ପୋଥାଳ, ଆରତୀ ସାହୁଙ୍କ ସମେତକାପୁଡିଆ ସମାଜର ବହୁ ସଦସ୍ୟ ଉପସ୍ଥିତ ଥିଲେ ।
Next Post