ହିନ୍ଦୋଳ ଏନ.ଏ.ସି. ରେ ପ୍ରଥମ ଟାଉନ ପ୍ଲାନିଂ ଯୋଜନା ଶୁଭାରମ୍ଭ !

ଢ଼େଙ୍କାନାଳ : ହିନ୍ଦୋଳ ବ୍ଲକ ସଭାଗୃହ ଠାରେ ଓଡିଶା ସରକାରଙ୍କ ଟାଉନ ପ୍ଲାନିଂ ନିର୍ଦେଶାଳୟ ପକ୍ଷରୁ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ.ଏ.ସି ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି! ହିନ୍ଦୋଳ ଏନ.ଏ.ସି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଜିଲ୍ଲାପାଳ ଶିବାନନ୍ଦ ସ୍ୱାଇଁ ମୁଖ୍ୟ ଅତିଥିଭାବରେ, ସନ୍ନମାନୀତ ଅତିଥି ଭାବରେ ଏସ୍ଡ଼ିପିଓ ଦୀପକ ଜେନା, ବିଡ଼ିଓ ଶିବଶଙ୍କର ମିଶ୍ର, ହିନ୍ଦୋଳ ତହସିଲଦାର, ଅତିରିକ୍ତ ଉପଜିଲ୍ଲାପାଳ, ଏନଏସି ନିର୍ବାହୀ ଅଧିକାରୀ ଏମ ଶ୍ରୀନିଭାସ, ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନ, ଉପାଧ୍ୟାକ୍ଷା ପ୍ରତିମା ରାଉତ ଯୋଗଦେଇଥିଲେ!ଏଥିରେ ସିନିଅର ଉର୍ବାନ ପ୍ଲାନର ଉମେଶ ଧୋମାର, ପ୍ରତ୍ୟୁଷା,ଉର୍ବାନ ପ୍ଲାନର ଶେଫାଳି ସେନାପତି ଯୋଗଦେଇ ସମ୍ପୂର୍ଣ ଟାଉନ ପ୍ଲାନିଂ, ବିଭିନ୍ନ ସୋପାନ, ଏହାର କାର୍ଯ୍ୟକାରିତା, ପାନୀୟଜଳ ଯୋଗାଣ, ବିଦ୍ୟୁତ ବିତରଣ, ରାସ୍ତା, ଡ୍ରେନ ନିର୍ମାଣ, ସୌନ୍ଦର୍ଯ୍ୟକରଣ, ବିଭିନ୍ନ ଯୋଜନାରେ କାର୍ଯ୍ୟ କିଭଳି ଟାଉନପ୍ଲାନିଂ ଯୋଜନା ସହରାଞ୍ଚଳ ବିକାଶ କ୍ଷେତ୍ରରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।!ଏହା ଆଗାମୀ 25ବର୍ଷ ପାଇଁ ହିନ୍ଦୋଳ ସହରାଞ୍ଚଳ ପାଇଁ ଯୋଜନା ବୋଲି ବୁଝାଇଥିଲେ!ଏଥିରେ କାଉନସିଲର ସୁଶାନ୍ତ ନାୟକ, ଅନୁପମା ସାହୁ, ସୌମିତ୍ର ବେହେରା, ଶରତ ଭୂତିଆ, ଦିପ୍ତିମୟୀ ବେହେରା, ରୁଦ୍ରନାରାୟଣ ଦାସ ପ୍ରମୁଖ ,ସମସ୍ତ ବିଭାଗୀୟ ଅଧିକାରୀ,ଏନଏସି କର୍ମଚାରୀ,ପୂର୍ବତନ କାଉନସିଲର ପ୍ରଦ୍ୟୁମ୍ନ ବେହେରା,ତପନ ପରିଡ଼ା,ବରିଷ୍ଠ ନାଗରିକ ଗୋବିନ୍ଦ ବେହେରା, ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ହେମନ୍ତ ପାଣିଗ୍ରାହୀ,ପୋଲିସ ଅଧିକାରୀ ଖଗେଶ୍ୱର ସେଠି, ସାମ୍ବାଦିକ ସନାତନ ନାଥ,ଶ୍ରୀକାନ୍ତ ମହାପାତ୍ର ,ପ୍ରିୟଦର୍ଶିନ ଆଚାର୍ଯ୍ୟ,ଶତ୍ରୁଘ୍ନ ନନ୍ଦ, ତ୍ରିଲୋଚନ ପାଳ,ଗୌତମ ମୁଦୁଲି, ବରିଷ୍ଠ ନାଗରିକ ଚିନ୍ମୟ ଦାସ ଏବଂ ସହରର ବହୁ ବୁଦ୍ଧିଯିବି ଯୋଗ ଦେଇ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନା କରିଥିଲେ!ଆଜିର ଏହି ଟାଉନପ୍ଲାନିଂ କର୍ମଶାଳାରେ ହିନ୍ଦୋଳ ଏନ ଏ ସି ପାଇଁ ଆଗାମୀ ପଚିଶ ବର୍ଷପାଇଁ ମାଷ୍ଟର ପ୍ଲାନ ଯୋଜନାରେ ବିଭିନ୍ନ ଜନହିତକର କାର୍ଯ୍ୟ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଥିଲେ ଯାହାକୁ ନେଇ ହିନ୍ଦୋଳ ଜନସାଧାରଣ ଏନ ଏ ସି କର୍ତୃପକ୍ଷଙ୍କୁ ଏହିପରି କାର୍ଯ୍ୟକ୍ରମ ପାଇଁ ଉଚ୍ଚପ୍ରଶଂସା କରିବା ସହ ଏହା ଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ ବୋଲି ମତବ୍ୟକ୍ତ କରିଛନ୍ତି !!!

Leave A Reply

Your email address will not be published.

seventeen + seventeen =