ଢ଼େଙ୍କାନାଳ : ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ହାତୁରା ପଞ୍ଚାୟତ ଜୟପଙ୍ଗା ଗ୍ରାମରେ ଆଜି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ ଜୟପଙ୍ଗା ଗ୍ରାମର କଇରଣ ନାଏକଙ୍କ ପୁଅ ସିଦ୍ଧାନ୍ତ ନାଏକ (୨୨) ଆଜି ସକାଳେ ଶୌଚ ହେବା ପାଇଁ ସୁନାସୂତା ନାଳକୁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି। ଏ ସଂପର୍କରେ ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ମେଡିକାଲ୍ ପଠାଇଥିବା ଜଣାପଡିଛି। ବାରମ୍ବାର ଏମିତି ନିରୀହ ଲୋକଙ୍କ ପ୍ରାଣହାନି ଘଟୁଥିଲେ ମଧ୍ୟ ବନବିଭାଗ କୁ କୌଣସି ଫରକ୍ ପଡ଼ୁନାହିଁ। ସ୍ଥାନୀୟ ଜନପ୍ରତିନିଧି ଓ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ନଦେବାକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଛି।