ଦଣ୍ଡାଧାର ଡ୍ୟାମ ଠାରେ ଯୁବଶକ୍ତି ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ !

ଢ଼େଙ୍କାନାଳ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଅକ୍ଟୋବର ୦୨ ଗାନ୍ଧୀ ଜୟନ୍ତୀ ଠାରୁ ଡିସେମ୍ବର ୨୬ ପ୍ରତିଷ୍ଠା ଦିବସ ପର୍ଯ୍ୟନ୍ତ ଜନସମ୍ପର୍କ ଓ ସେବାକର୍ଯ୍ୟ ପରିପ୍ରେକ୍ଷୀରେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କରଗୋଳା ଗ୍ରାମ ପଞ୍ଚାୟତ ଅଧିନ ଦଣ୍ଡାଧାର ଡ୍ୟାମ ଠାରେ “ଯୁବଶକ୍ତି” ସମର୍ପିତ ଓଡିଶା ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏନେଇ ଯୁବଶକ୍ତି ର ଅଧ୍ୟକ୍ଷ ତଥା ବିଜେଡି ଯୁବନେତା ହିମାଂଶୁ ଭୂଷଣ ବାରିକ ପହଞ୍ଚି ବୃକ୍ଷ ରୋପଣ କରି କହିଥିଲେ ଆମ ପର୍ଯ୍ୟଟନ କ୍ଷେତ୍ର ଦଣ୍ଡାଧାର ଡ୍ୟାମ କୁ ସବୁଜ ସୁନ୍ଦର ଗଢି ତୋଳିବା ପାଇଁ ହେଲେ ଆମ ସମସ୍ତ ଙ୍କୁ ଗୋଟିଏ ଗୋଟିଏ ଲେଖାଏଁ ବୃକ୍ଷ ରୋପଣ କରିବା ନିହାତି ଆବଶ୍ୟକ ଏହା ଦ୍ୱାରା ଆମ ପର୍ଯ୍ୟଟନ ସ୍ଥଳୀ ସୌନ୍ଦର୍ଯ୍ୟ ଦେଖା ଯିବା ସହ ପର୍ଯ୍ୟଟକ ଓ ପଥଚାରି ମାନେ ଗଛ ତଳେ ମଧ୍ୟ ବିଶ୍ରାମ ନେଇ ପାରିବେ । ପର୍ଯ୍ୟଟକ କୁ ଆକୃଷ୍ଟ କରିବା ପାଇଁ ହେଲେ ଏଠାରେ ପାନ୍ଥ ନିବାସ, ଶୌଚାଳୟ, ବିଶୁଦ୍ଧ ପାନୀୟ ଜଳ, ଅଲୋକୀକରଣ , ସୌନ୍ଦର୍ଯ୍ୟ କରଣ ର ଆବଶ୍ୟକତା ରହିଛି ଏହା ଦ୍ୱାରା ଜିଲ୍ଲା ତଥା ରାଜ୍ୟ ବାହାରୁ ଆହୁରି ଅଧିକ ପର୍ଯ୍ୟଟକଙ୍କ ଆଗମନ ହେବ । ଗଣମାଧ୍ୟମ ଜରିଆରେ ରାଜ୍ୟ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯାଉଅଛି । ଅନ୍ୟ ମାନଙ୍କ ମଧ୍ୟରେ ଯୁବଶକ୍ତି ର କାମାକ୍ଷୀ ନାୟକ, ସୁଶାନ୍ତ ସାହୁ, ସତ୍ୟବାନ ମହନ୍ତ,ନବୀନ ପାତ୍ର ସାମିଲ ହୋଇଥିଲେ ।

Leave A Reply

Your email address will not be published.

six + four =