ଢେଙ୍କାନାଳ : ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ବନ ବିଭାଗ ଓ ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ହିନ୍ଦୋଳ ରସିପାଳ ବିଦ୍ୟାଳୟରେ ବନ୍ୟଜନ୍ତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲୋହିତ କୁମାର ରଥ, ରେଞ୍ଜ ଅଫିସର, ଢେଙ୍କାନାଳ ରସିପାଳ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ଦାସ; ଏବଂ ସମ୍ମାନିତ ବନ୍ୟପ୍ରାଣୀ ୱାର୍ଡେନ ବିଜୟ କୁମାର ଦାସଙ୍କ ସହ ଟାଟା ଷ୍ଟିଲ ମେରାମଣ୍ଡାଳୀର କର୍ପୋରେଟ୍ ସମ୍ପର୍କ ମୁଖ୍ୟ ନୃସିଂହ ଚରଣ ମହାପାତ୍ର, ପରିବେଶ ଏବଂ ସସେଟେଲେବିଲିଟି ବିଭାଗର ଏରିଆ ମ୍ୟାନେଜର ନୃସିଂହ ଏସ୍ ଥାରା, ଏଥିରେ ଯୋଗ ଦେଇଥିଲେ। ଏଥିରେ ବନ୍ୟଜନ୍ତୁ ସଂରକ୍ଷଣ ଏବଂ ପରିବେଶ ନିରନ୍ତରତା ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଉଦଘାଟନି ଅଧିବେଶନରେ ଅଂଶଗ୍ରହଣକାରୀମାନେ ବନ୍ୟପ୍ରାଣୀ ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଏହି ଅଞ୍ଚଳର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଲୋହିତ କୁମାର ରଥ ସ୍ଥାନୀୟ ବନ୍ୟପ୍ରାଣୀ ଓ ସଂରକ୍ଷଣ ପ୍ରୟାସ ସମ୍ପର୍କରେ ମୂଲ୍ୟବାନ ସୂଚନା ପ୍ରଦାନ କରିବା ସହ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ରକ୍ଷଣାବେକ୍ଷଣରେ ସାମୂହିକ ସଂପୃକ୍ତିର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏହି ଅଞ୍ଚଳରେ ବନ୍ୟଜନ୍ତୁଙ୍କ ବିବିଧତାକୁ ପ୍ରଦର୍ଶିତ କରି ଏକ ଡକ୍ୟୁମେଣ୍ଟାରୀ ଭିଡିଓ ପ୍ରଦର୍ଶିତ ହୋଇଥିଲା, ଯାହା ଛାତ୍ରଛାତ୍ରୀଙ୍କୁ ପ୍ରକୃତିର ଚମତ୍କାର ବିଷୟରେ ଆକର୍ଷିତ କରିଥିଲା । ସକ୍ରିୟ ଅଂଶଗ୍ରହଣ ଏବଂ ଏ ବିଷୟରେ ପିଲାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସ୍କୁଲ ପିଲାମାନଙ୍କ ମଧ୍ୟରେ ବନ୍ୟପ୍ରାଣୀ ଉପରେ ଏକ କୁଇଜ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାର ବିଜେତାଙ୍କୁ ସମ୍ମାନିତ କରାଯାଇ ପୁରସ୍କୃତ କରାଯାଇଥିଲା, ଯାହା କି ଯୁବମାନସିକତା ଗଠନରେ ବନ୍ୟପ୍ରାଣୀ ଶିକ୍ଷାର ମହତ୍ତ୍ୱକୁ ଦୃଢ଼ କରିଥିଲା ।