ଢେଙ୍କାନାଳ : ସାଇ ସତସଙ୍ଗ ସେବା ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଶ୍ରୀରାମ ମଣ୍ଡପ ଠାରେ ଚଳିତ ମାସ ୮ତାରିଖ ରୁ ତିନି ଦିନ ବ୍ୟାପି ସାଇ ବାବାଙ୍କ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । ସେଥିପାଇଁ ସଭାପତି ଅଜୟ କୁମାର ସାହୁ ଙ୍କ ଅଧକ୍ଷତା ରେ ଏକପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥି ନିମନ୍ତେ ଅନୁଷ୍ଠିତ ହବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ସମ୍ପାଦକ ସୁବୋଧ ସିଂ
ସୂଚନା ପ୍ରଦାନ କରିଥିଲେ । ପ୍ରଥମ ଦିନ ୮ତାରିଖ ଅପାରାହ୍ନ ୫ଟା ସମୟରେ ବାଜିଚୌକ ଠାରୁ ବାବା ଙ୍କ ଶୋଭାଯାତ୍ରା ବାହାରି
ଶ୍ରୀରାମ ମଣ୍ଡପକୁ ଆସିବ । ଉକ୍ତ ଶୋଭାଯାତ୍ରା ର ମୁଖ୍ୟ ଆକର୍ଷଣ ସାଇ ବାବା ଙ୍କ ରଥ ପରିକ୍ରମା ସହିତ ପାଦୁକା ଓ ସଟକା ଦର୍ଶନ
ା ୯ ତାରିଖ ସକାଳ ସାଢେ ୮ଟା ସମୟରେ ସାଇ ସତ୍ୟନାରାୟଣ ବ୍ରତ ପୂଜା ଅନୁଷ୍ଠିତ ହେବ । ୨ଟି ସ୍ଲଟ ରେ ୧୦୮ ଯୋଡ଼ା ଦମ୍ପତି
ଏହି ପୂଜା ରେ ଭାଗ ନେବାକୁ ନାମ ପଞ୍ଜିକୃତ କରିଛନ୍ତି । ଏହି ପୂଜା ଶିରିଡି ସଂସ୍ଥାନର ପୂଜାରୀଙ୍କ କରକମଳ ରେ ହେବ ।
ଅପରାହ୍ନରେ ଗୁରୁଭାଗବତ ଓ ଭଜନ କାର୍ଯ୍ୟକ୍ରମ ହେବ । ଶେଷଦିନ ୧୦ତାରିଖ ସକାଳ ୬ ଘଟିକାରେ ଏକଦିବସୀୟ ସମୂହ
ପାରାୟଣ ଅନୁଷ୍ଠିତ ହେବ । ଏଥିରେ ଓଡିଶା ର ୧୧ଟି ଜିଲ୍ଲା ରୁ ୧୦୮ ଜଣ ସାଇ ଆଶ୍ରିତ ଏକତ୍ରିତ ସାଇ ସତଚରିତ ପଠନ
କରିବେ । ସନ୍ଧ୍ୟା ୬ଟା ରେ ସାଇ ବାବା ଙ୍କ ସନ୍ଧ୍ୟା ଆରତୀ ହୋଇ ସନ୍ଧ୍ୟା ୭ ଘଟିକାରେ ସାଇ ପ୍ରବଚନ (ଶିରିଡି ପ୍ରବଚକ ଙ୍କ ଦ୍ୱାରା
) ଓ ଭଜନ ସନ୍ଧ୍ୟା ହୋଇ ରାତ୍ରି ୯ଘଟିକାରେ ସମାପ୍ତ ହେବ ବୋଲି ଟ୍ରଷ୍ଟ ଅଧ୍ୟକ୍ଷ ଶିବ ପ୍ରସାଦ ପଣ୍ଡା ସୂଚନା ଦେଇଛନ୍ତି ।