ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଜିଲ୍ଲା ଶାଖା ପକ୍ଷରୁ ଗାନ୍ଧି ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତି ପାଳନ !

ଢେଙ୍କାନାଳ : ଉତ୍କଳ ସମ୍ମିଳନୀ, ଢେଙ୍କାନାଳ ଜିଲ୍ଲା ଶାଖା କାର୍ଯ୍ୟାଳୟ ଠାରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ସଭାପତି
ତଥା ମୁଖ୍ୟ ଉପଦେଷ୍ଟା ଉଚ୍ଚ ନ୍ୟାୟାଳୟ ଅଧିବକ୍ତା ବସନ୍ତ କୁମାର ତ୍ରୀପାଠୀଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ରୋଡ, ବସନ୍ତ ବିହାର ଠାରେ ମହାତ୍ମାଗାନ୍ଧିଓ ଲାଲ୍ ବାହାଦୂର ଶାସ୍ତ୍ରୀଙ୍କ ପବିତ୍ର ଜୟନ୍ତୀ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଡ. ଅମୀୟ କୁମାର ରଥ, ଡ. ପ୍ରମୋଦ କୁମାର ନାୟକ,ଅଧିବକ୍ତା ବିକାଶ ତ୍ରିପାଠୀ, ଲକ୍ଷ୍ମୀଧର ସାହୁ, ଦେବୀ ଭୂତିଆ, ଅଧିବକ୍ତା ହରିହର ପଣ୍ଡା, ଦଣ୍ଡପାଣି ଦାଶ, ବିନୟ କୁମାର ପାତ୍ର ପ୍ରମୁଖଙ୍କ ଉପସ୍ଥିତିରେ
ମହାତ୍ମାଗାନ୍ଧୀ ଓ ଲାଲବାହାଦୂର ଶାସ୍ତ୍ରୀଙ୍କ ଜୀବନୀ ଓ କୃତିତ୍ୱ ଉପରେ ଆଲୋଚନା କରି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ପରାମର୍ଶଦେଇଥିଲେ । ପରିଶେଷରେ ଉତ୍କଳ ସମ୍ମିଳନୀ ଢେଙ୍କାନାଳ ଶାଖାର ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ । ଏହି ଦିବସପାଳନ ଅବସରରେ ଉତ୍କଳ ସମ୍ମିଳନୀ ଜିଲ୍ଲା ଶାଖା ତରଫରୁ ବସ୍‌ଷ୍ଟାଣ୍ଡ ପାଖରେ ଥିବା ଗାନ୍ଧୀ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

Leave A Reply

Your email address will not be published.

2 × one =