ଢ଼େଙ୍କାନାଳ : ଆମ୍ ଆଦମୀ ପାର୍ଟି କ୍ଷରୁ ବିଶ୍ୱର ସର୍ବ କନିଷ୍ଠ ଶହୀଦ ବାଜିରାଉତଙ୍କ ଜନ୍ମ ବାର୍ଷିକୀ ଏବଂ କ୍ରାନ୍ତିକାରୀ ପ୍ରଶାନ୍ତ ମିଶ୍ରଙ୍କ ତୃତୀୟ ଶ୍ରାଦ୍ଧ ବାର୍ଷିକୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାତି ନିଶିକାନ୍ତ ମହ।ପ।ତ୍ର ଯୋଗଦେଇ ବାଜିଚୌକ ସ୍ଥିତ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟ ଅର୍ଣ କରି ଦେଶରେ ଚାଲିଥିବା ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଚାଲିଥିବା ଲଢେଇରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ । ପରେ ସ୍ଥାନୀୟ ଟାଉନ ହଲ ଠାରେ ବାଜିରାଉତଙ୍କ ଜୀବନୀ ଆଲୋଚନା ଚକ୍ରରେ ଭାଗ ନେଇଥିଲେ । ଦିନ ଗୋଟାକ ବେଳେ ଏକ ପ୍ରେସ ବିବୃତିରେ କେନ୍ଦ୍ର ବିଜେପି ସରକାରଙ୍କ ଆ୍ ବିରୁଦ୍ଧରେ ଚକ୍ରାନ୍ତ କରି ରାଜ୍ୟସଭା ସାଂସଦ ଶ୍ରୀ ସଞ୍ଜୟ ସିଂ ଙ୍କୁ ଗିରକରିବା ଦୁର୍ଭାଗ୍ୟ ଜନକ ବୋଲି କହିଥିଲେ । ଇଡ଼ି ଓ ସିବିଆଇକୁ ବ୍ୟବହାର କରି ବିଜେପି ସରକାର ଅନ୍ୟ ନେତା ମାନଙ୍କୁ ଭୟଭୀତ କରି ଗିର କରିବା ମାହାଙ୍ଗା ପଡ଼ିବ ବୋଲି ଶ୍ରୀ ମହ।।ତ୍ର ଚେତାବନୀ ଦେଇଥିଲେ । ଏହି
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥିଭାବେ ଡାକ୍ତର ପ୍ରମୋଦ ନାୟକ ଯୋଗଦେଇ ଶହୀଦ ବାଜିରାଉତ ଏବଂ କ୍ରାନ୍ତିକାରୀ ନେତା ୍ରଶାନ୍ତ ମିଶ୍ରଙ୍କ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ । ଏହି ସଭାରେ ଜିଲ୍ଲା ଉପସଭାତି ରମେଶ ଚନ୍ଦ୍ର ଣ୍ଡା, ବିଭୁରଞ୍ଜନ ସାହୁ ଓ ବିକ୍ରମ ରାଉତ, ଜିଲ୍ଲା ଯୁଗ୍ମ ସମ୍ପାଦକ ବିଧୁରଞ୍ଜନ ନାୟକ, ଶଙ୍କର୍ଷଣ ଦଳାଇ ଓ
ଚିନ୍ମୟ ସେନାତି, ଜିଲ୍ଲା ମିଡ଼ିଆ ପ୍ରଭାରୀ ସୁମନ୍ତ ଗୋଛାୟତ, ପୌରାଂଚଳ ଅଧ୍ୟକ୍ଷ ପିତାମ୍ବର ସାମନ୍ତରାୟ,
ଜିତେନ୍ଦ୍ର ବେହେରା, ସୁବ୍ରତ ମହାକୁଡ଼, ବାବୁଲି ମଲିକ, ଗଁଦିଆ ବ୍ଲକ ସଭାତି ଶେଷଦେବ ବେହେରା ପ୍ମୁପ୍ରମୁ ଶତାଧିକ କାର୍ଯ୍ୟକର୍ତା ଯୋଗ ଦେଇଥିଲେ । ଜିଲ୍ଲା ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ଅତିଥି ମାନଙ୍କୁ ସ୍ୱାଗତ କରିଥିବା ବେଳେ ଜିଲ୍ଲା ସଭାତି ଧନ୍ୟବାଦ ଅର୍ଣ କରିଥିଲେ ।