କିସାନ ସ୍ପୋର୍ଟସ କ୍ଳବ୍ ଦ୍ଵାରା ଆୟୋଜିତ ୫ଦିନିଆ ଫୁଟ୍ ବଲ ଟୁର୍ଣ୍ଣାମେଣ୍ଟର ଉଦଯାପନ : ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ନବୀନ ନନ୍ଦ ଯୋଗ ଦାନ !

ଢ଼େଙ୍କାନାଳ : ଗଁନ୍ଦିଆ ବ୍ଲକ ଆଦିବାସୀ ବହୁଳ ଗ୍ରାମ ନେହେଙ୍ଗେରା ଠାରେ କିସାନ ସ୍ପୋର୍ଟସ କ୍ଳବ୍ ଦ୍ଵାରା ଆୟୋଜିତ ୫ଦିନିଆ ଫୁଟୁ ବଲ୍ ଟୁର୍ଣ୍ଣାମେଣ୍ଟର ଉଦଯାପନ ହୋଇଯାଇଛି । ଏହି ଉଦଯାପନୀ ଦିବସରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ବିଧାୟକ ନବୀନ ନନ୍ଦ ଯୋଗ ଦାନ କରିଥିଲେ । ଗଁନ୍ଦିଆ ର ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ ମଙ୍ଗରାଜ ବାରିକ ଯୋଗ ଦାନ କରିଥିଲେ ।


ଆଗାମୀ ଦିନରେ ସେହି ଅଞ୍ଚଳ ର ଆଦିବାସୀ ଗ୍ରାମ ଗୋଠତଳ, ନେହେଙ୍ଗରା,ବାଲି କିଆରୀ, ଶ୍ରିମନ୍ତ ପୁର,ଛୋଟ ତେନ୍ତୁଳି,ଫୁଲ ଝର , ପିମ୍ପିରିଆ ପ୍ରଭୁତି ଗ୍ରାମ ଗୁଡ଼ିକୁ ନେଇ ଏକ ଆଦିବାସୀ ପଞ୍ଚାୟତ ଗଠନ ପାଇଁ ଉଦ୍ୟମ କରାଯିବ ବୋଲି ଶ୍ରୀ ନନ୍ଦ ମତ ବ୍ୟକ୍ତ କରିଥିଲେ ।


ଏହି ଅଞ୍ଚଳ ର ବହୁ ଦିନ ଧରି ବିନା ସରକାରୀ ସହାୟତା ରେ ଅନେକ ବର୍ଷ ଧରି ଫୁଟ ବଲ ଖେଳ ଆୟୋଜନ କରି ଆସୁଥିବାରୁ ଧନ୍ୟବାଦ୍ ଦେଇଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ରେ ପିଙ୍ଗୁଆ ଅଞ୍ଚଳ ର ଅନେକ ଫୁଟବଲ ପ୍ରେମୀ ଯୋଗ ଦେଇଥିଲେ । ଏହି ଖେଳର ମୁଖ୍ୟ ରୂପେ ସଫଳ ଆୟୋଜନ କରିଥିଲେ ନରେନ୍ଦ୍ର ଶୁଣ୍ଢି, ଜଟିଆ ମୁଣ୍ଡା ,ଶିବ ଲାଲ କାଲୁଣ୍ଡିଆ,ବେଣୁ ଧର ମହନ୍ତ ।

Leave A Reply

Your email address will not be published.

two × 2 =