ଆମ ପ୍ରତିଭା ଆମ ସମ୍ମାନ ପକ୍ଷରୁ ଶହୀଦ ବାଜିରାଉତ ଙ୍କ୯୮ତମ ଜନ୍ମତିଥି ପାଳନ !

ଢେଙ୍କାନାଳ : ଢେଙ୍କାନାଳ ମାଟିର ଗର୍ବ ଓ ଗୌରବ, ଭାରତର ସ୍ୱାଧୀନତା ଆନ୍ଦୋଳନର ଇତିହାସରେ ସୂର୍ଣ୍ଣାକ୍ଷର ବହନ କରିଥିବା,
ଏ ଦେଶ ମାତୃକାର ସ୍ୱାଧୀନତା ପାଇଁ ନିଜ ଜୀବନକୁ ବଳିଦାନ ଦେଇଥିବା, ବିଶ୍ୱର ସର୍ବକନିଷ୍ଠ ସହିଦ୍ ବାଜି ରାଉତଙ୍କ ୯୮ତମ
ଜନ୍ମତିଥି ଅବସରରେ “ଆମ ପ୍ରତିଭା ଆମ ସଂମ୍ମାନ” ଅନୁଷ୍ଠାନ ପକ୍ଷରୁ ତ୍ୟାଗପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଅନୁଷ୍ଠାନର ପ୍ରତିଷ୍ଠାତାଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ପରାମର୍ଶ କ୍ରମେ ରୁଦ୍ରାନ୍ତ ଦଳେଇଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟ ବାଜିଚୌକସ୍ଥିତ ସହୀଦ ବାଜି ରାଉତଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ସହୀଦ ବାଜିରାଉତ ଅମର ରହେ ନାରା ଦେଇ ସ୍ମୁତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ସାଂସଦଙ୍କ ବ୍ୟକ୍ତିଗତ ସଚିବ ପଣ୍ଡିତ ମାତୃପ୍ରସାଦ ମିଶ୍ର, ବରିଷ୍ଠ ସାମ୍ବାଦିକ ସଦାଶିବ ମହାପାତ୍ର, ସୁଧାଂଶୁ ରାଉତ, ପ୍ରତାପ ଦାସ, ଲିୟାକତ ଅଲ୍ଲୀ, ଅମୀୟ ଚାନ୍ଦ, ଅକ୍ଷୟ ସାହୁ, ଦୁଷ୍ମନ୍ତ ମହାନ୍ତି, ଜିତେନ୍ଦ୍ର ପଟ୍ଟନାୟକ, ଶେଖର ସେଠି, ଅମରେଶ ଜେନା, ସୁଶାନ୍ତ ମିଶ୍ର, କାଁହୁ ଦଳେଇ, ରାଜେନ୍ଦ୍ର ଦାସ, ଆନନ୍ଦିତ ମିଶ୍ର, ସିଗ୍ଧା ସ୍ୱାଇଁ, ସୁମିତ୍ରା ସ୍ୱାଇଁ, ଆଇନ୍‌ଜୀବୀ କିଷାନ ବିଶ୍ୱାଳ, ଆଲିମ୍ ଖାଁ, ସୁରେନ୍ଦ୍ର ମିଶ୍ର, ଅରୁଣ ସାହୁ, ପ୍ରଭାକର ରାଉତ, ସନ୍ତୋଷ ଦଳେଇ, ଚିତରଞ୍ଜନ ସାହୁ, ନଜୁ ମହମଦ, ଏକତାର ମହମଦ, ରାଜୁନ୍ ଖାଁ, ଆନନ୍ଦ ସେଠୀ, ରଞ୍ଜନ ବେହେରା, ଲଷ୍ମୀକାନ୍ତ ପଟ୍ଟନାୟକ, ରଶ୍ମି ନାରାୟଣ ସାହୁ ଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ । ଆଗାମୀ ଅକ୍ଟୋବର ୧୧ ତାରିଖ ଦିନ ସହୀଦ ବାଜି ରାଉତଙ୍କ ୮୬ତମ ଜୟନ୍ତୀ ଉତ୍ସବକୁ ଭୁବନ ନୀଳକଣ୍ଠପୁର ଗ୍ରାମ ଠାରେ ମହାସମାରୋହରେ
ପାଳନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.

13 − eight =